ସମ୍ବଲପୁର,୧୧/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ରୋଟାରୀ ଇଣ୍ଟରନ୍ୟାଶନାଲ୍ ଜିଲ୍ଲା ୩୨୬୧ ପକ୍ଷରୁ ସ୍ଥାନୀୟ ହୋଟେଲ୍ ହରଜିତ୍ ରେସିଡେନ୍ସି ରେ ଗୁରୁବାର ସନ୍ଧ୍ୟା ରେ ଆୟୋଜିତ “ଫେଲିସିଟେସନ୍ ସେରେମୋନୀ” ଭବ୍ୟ ଓ ସଫଳତାର ସହିତ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମ ରେ ରୋଟାରୀ ଇଣ୍ଟରନ୍ୟାଶନାଲ୍ର ନିର୍ଦ୍ଦେଶକ ପିଡିଜି ବାସୁଦେବ ଗୋଲ୍ୟାନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରୋଟାରୀ ର ସେବା ମୂଳକ କାର୍ଯ୍ୟ କଳାପ ଓ ସମାଜ ପ୍ରତି ତାହାର ଅବଦାନ ବିଷୟ ରେ ମନୋ ମୁଗ୍ଧକର ବକ୍ତବ୍ୟ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ସମାଜ ସେବା ମାଧ୍ୟମ ରେ ମାନବତାକୁ ସୁଦୃଢ଼ କରିବା ହେଉଛି ରୋଟାରୀର ପ୍ରମୁଖ ଲକ୍ଷ୍ୟ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଚଳିତ ବର୍ଷର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ରୀ ଅମିତ ଯଶ୍ୱାଳ ତାଙ୍କ ବକ୍ତବ୍ୟ ରେ ପିଡିଜି ଗୋଲ୍ୟାନଙ୍କ ସେବାମୂଳକ କାର୍ଯ୍ୟ ଓ ନେତୃତ୍ୱ ଉପରେ ଆଲୋକପାତ କରିଥିଲେ। ଏହା ସହିତ ସମ୍ବଲପୁରର ପୂର୍ବତନ ଗଭର୍ଣ୍ଣର ଶ୍ରୀ ହରଜିତ ସିଂହ ହୁରା, ସହାୟକ ଗଭର୍ଣ୍ଣର ରଞ୍ଜିତ ସିଂହ ହୁରା, ସିବ ପ୍ରସାଦ ପାଢ଼ୀ, ଅରୁଣ କୁମାର ତିବ୍ରେୱାଲ୍ ଓ ପ୍ରମୋଦ କୁମାର ଅଗ୍ରୱାଲ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁସଂଘଟିତ ଭାବେ ପରିଚାଳନା କରିଥିଲେ। ଏହିଅବସର ରେ ବିଭିନ୍ନ କ୍ଷେତ୍ର ରେ ଅସାଧାରଣ ଅବଦାନ ରଖିଥିବା ସଦସ୍ୟ ମାନଙ୍କୁ ସମ୍ମାନିତ କରା ଯାଇଥିଲା। ସମ୍ବଲପୁର ର ବିଭିନ୍ନ ରୋଟାରୀ କ୍ଲବର ସଭାପତି, ସମ୍ପାଦକ ସହ ବହୁ ସଦସ୍ୟ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲା।ସମ୍ବଲପୁର ରୋଟାରୀ କ୍ଲବ ସଦସ୍ୟା ଶ୍ରୀମତୀ ସୀମାନ୍ତିକା ଦାସ ଉଦଘୋଷିକା ଭାବେ କାର୍ଯ୍ୟକ୍ରମଟିକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ରୋଟାରୀ ର ସେବାମୂଳକ ଦୃଷ୍ଟି କୋଣକୁ ପ୍ରକାଶ କରିଥିବା ସହ ଉପସ୍ଥିତ ମାନଙ୍କ ମନ ରେ ନୂତନ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିଥିଲା l

