ସମ୍ବଲପୁର,୧୧/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ଶ୍ରୀମତୀ ଅଭିପ୍ସା ପଣ୍ଡା ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବାଣିଜ୍ୟ ରେ ଡ଼କ୍ଟରେଟ(ଡ଼କ୍ଟର ଅଫ୍ ଫିଲୋସଫି) ଡିଗ୍ରୀ ପାଇବା ପାଇଁ କୃତୀତ୍ୱ ହାସଲ କରିଛନ୍ତି। ଏନେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଭିପ୍ସା ଓଡ଼ିଶାର, ବିଶେଷକରି ସମ୍ବଲପୁର ଜିଲ୍ଲା ସନ୍ଦର୍ଭରେ ଏମଏସଏମଇ କ୍ଷେତ୍ରର ବିକାଶରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଭୂମିକା ବିଷୟରେ ଗବେଷଣା କରି ଏହି ଯୋଗ୍ୟତା ହାସଲ କରିଛନ୍ତି। ସେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବ ପ୍ରଫେସର ଡ଼. ଶ୍ୟାମା ଚରଣ ଆଚାର୍ଯ୍ୟ ଙ୍କ ତତ୍ବାବଧାନରେ ଏହି ଗବେଷଣା ନିବନ୍ଧ ଉପସ୍ଥାପନ କରିଥିଲେ। ଧନୁପାଲି ନିବାସୀ ଧୀରଜ ସୁପ୍ରିତ ମିଶ୍ରଙ୍କ ସହଧର୍ମିଣୀ ଏବଂ ପୃଥ୍ଵୀରାଜ ମିଶ୍ର ଓ ସୁଷମା ପଣ୍ଡା ଙ୍କ ବୋହୁ ତଥା ସ୍ଥାନୀୟ ପ୍ରଧାନପଡା ନିବାସୀ ଗଣନାଥ ପଣ୍ଡା ଏବଂ ସୁଜାତା ନାୟକ ଙ୍କ କନ୍ୟା ଅଟନ୍ତି ଅଭିପ୍ସା I

