ନବରଙ୍ଗପୁର:11//4,ରାଇଘର (ନରସିଂବାଘ) (ଉତ୍କଳ ସମାଚାର) . ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗୋନା ପଂଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ମରୁଡି ଥିବା ଯୋଗୁଁ ଆଜି ସକାଳୁ ଗ୍ରାମବାସୀ ଶିକ୍ଷକ ଯୋଗେଇ ଦେବା ଦାବୀରେ ସ୍କୁଲ ଗେଟରେ ତାଲା ଠୁଙ୍କି ଦେଇଥିଲେ |ଘଟଣା ସ୍ଥଳରେ ଗଣମାଧ୍ୟମ ପ୍ରତିନିଧିମାନେ ପହଂଚି ଗ୍ରାମବାସୀଙ୍କ ଠାରୁ ସ୍କୁଲ ସମସ୍ୟା ବିଷୟରେ ପଚାରି ବୁଝିବା ସହିତ ଘଟଣା ସ୍ଥଳରୁ ହିଁ ଗୋଷ୍ଠୀଶିକ୍ଷା ଅଧିକାରୀଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣେଇଥିଲେ |ଗଣମାଧ୍ୟମ ଠାରୁ ସୂଚନା ପାଇ ଗୋଷ୍ଠୀଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହିତ ସଂଗେ ସଂଗେ ବିଦ୍ୟାଳୟ ପାଇଁ ଦୁଇଜଣ ଶିକ୍ଷକ ଯୋଗେଇ ଦେଇଥିଲେ |ପ୍ରକାଶ ଥାଉକି ଭାରଶୁଣ୍ଡୀ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ 1ମ ରୁ 8ମ ଯାଏ ଶ୍ରେଣୀ ରହିଥିବା ବେଳେ ମୋଟ 120ଜଣ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି |ହେଲେ ପରୀତାପର ବିଷୟ ଏହିକି 120 ଜଣ ଛାତ୍ରଛାତ୍ରୀଙ୍କୁ ପଢ଼େଇବା ପାଇଁ ମାତ୍ର 2ଜଣ ଶିକ୍ଷକ ନିଯୁକ୍ତି ରହିଛନ୍ତି |ତନ୍ମଧ୍ୟରେ ଜଣେ ହେଉଛନ୍ତି ପ୍ରଧାନ ଶିକ୍ଷକ |ତେବେ 120ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ହିଁ ଶିକ୍ଷକ ପଢାଉଥିଲେ |ଗ୍ରାମବାସୀ ଶିକ୍ଷକ ପାଇଁ ବାରମ୍ବାର ଦାବୀ କରିବା ପରେ ମଧ୍ୟ ବିଦ୍ୟାଳୟରେ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉନଥିଲା |ତେଣୁ ଗ୍ରାମବାସୀ ଆଜି ଶିକ୍ଷକ ନିଯୁକ୍ତି ଦାବୀରେ ଫାଟକରେ ତାଲା ପକେଇ ଦେଇଥିଲେ |ପରେ ଗଣମାଧ୍ୟମ ପ୍ରତିନିଧି ଘଟଣା ସମ୍ପର୍କରେ ଜଣେଇବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଂଚି ସମସ୍ୟାର ସମାଧାନ କରିବାକୁ ଯାଇ ଆଜି ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବା ସହିତ ଆଉ ଦୁଇ ଦିନ ମଧ୍ୟରେ ଆଉ ଗୋଟେ ଶିକ୍ଷକ ନିଯୁକ୍ତି କରିଦେବି ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେବା ପରେ ବିଦ୍ୟାଳୟର ପାଠପଢା ସ୍ୱାଭାବିକ ହୋଇଥିଲା |

