ସମ୍ବଲପୁର,୧୨/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ରେଙ୍ଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆ ରବିବାର ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ରବିବାର ପୂର୍ବାହ୍ନ ଘ.୧୧.୩୦ ମିନିଟ୍ ଶ୍ରୀ ପଟୁଆ ବିଜେପି ରେ ଯୋଗଦାନ କରିଥିଲେ I ଶ୍ରୀ ପଟୁଆ ଙ୍କ ଯୋଗଦାନ ସମୟରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରୀ ନାୟକ, ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ବିଜେପି ନେତା ମୋତିଲାଲ ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ I ଆଜି ଏହି ମିଶ୍ରଣ ପର୍ବରେ ଶ୍ରୀ ପଟୁଆଙ୍କ ସହିତ ତାଙ୍କର ପ୍ରାୟ ୨୦୦ରୁ ଅଧିକ ସମର୍ଥକ ମଧ୍ୟ ପଦ୍ମ ଧରିଛନ୍ତି। ସାଂସଦା ମାଳବିକା ଦେବୀ ଓ ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଉତ୍ତରୀୟ ପ୍ରଦାନ କରି ଶ୍ରୀ ପଟୁଆଙ୍କୁ ଦଳକୁ ସ୍ୱାଗତ କରିଥିଲେ। ଏହି ଅବସରରେ ଶ୍ରୀ ପଟୁଆ କହିଛନ୍ତି ଯେ, ଅଞ୍ଚଳର ବିକାଶ ଏବଂ ପ୍ରଧାନମନ୍ତ୍ରୀଙ୍କ ନୀତିରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି

