ସମ୍ବଲପୁର,୧୨/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ, ପାଇଁ ୧୯୪୮ ମସିହାରେ ବରଗଡ଼ (ସମ୍ବଲପୁର) ର ତତ୍କାଳୀନ ବିଧାୟକ ପଣ୍ଡିତ ଲଷ୍ମୀନାରାୟଣ ମିଶ୍ର ଓଡ଼ିଶାର ଜନ୍ମଦିନ ଉତ୍କଳ ଦିବସ ଏପ୍ରିଲ ୧ ତାରିଖ ଦିନ ଓଡ଼ିଶା ବିଧାନସଭାରେ ପ୍ରସ୍ତାବ ଆଣିଥିଲେ କି ଜୁନ ୧ ତାରିଖ ୧୯୪୮ ମସିହାଠାରୁ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ ହେଉ I ପଣ୍ଡିତ ମିଶ୍ରଙ୍କର ପ୍ରସ୍ତାବ ଅନୁସାରେ ୧୯୫୪ ମସିହାରେ ଭାଷା ଆଇନ ପାରିତ ହୋଇଥିଲା I କିନ୍ତୁ ସେହି ଆଇନରେ ତ୍ରୁଟି ଥିବାରୁ ଭାଷା ଆନ୍ଦୋଳନ ଓଡ଼ିଶା ଆନ୍ଦୋଳନ ସ୍ୱରୂପ କଳାପତାକା ଅଭିଯାନ କରି ବିଧାନସଭାରେ ଆଇନ ସଂଶୋଧନ କରି ଓଡ଼ିଆରେ ହିଁ ଓଡ଼ିଶାର ଶାସନ ପାଇଁ ବାଧ୍ୟ କରିଥିଲା I ସମ୍ବଲପୁର ଶାଖାର ସଭାପତି ପ୍ରକୃତିବନ୍ଧୁ, କଳାରତ୍ନ ଡକ୍ଟର ବଂଶୀଧର କର ଏବଂ ଅଧକ୍ଷ ପ୍ରଫେସର ଡ଼ ଗିରିଜା ଶଙ୍କର ଶର୍ମାଙ୍କ ନେତୃତ୍ୱରେ ୨ ବର୍ଷରୁ ଉର୍ଦ୍ଧ ସମୟ ଧରି ଆନ୍ଦୋଳନ ଚାଲିଥିଲା କିନ୍ତୁ ନୂଆ ସରକାର ଆସିବା ପରେ ଓଡ଼ିଆ ଭାଷାରେ ଶାସନ କରିବା ପାଇଁ ଆଇନଗତ ତ୍ରୁଟି କରିଛନ୍ତି ଯାହା କହୁଛନ୍ତି ତାହାର ଚିଠି ଅଲଗା କରିଥିବାରୁ ଭାଷା ଆନ୍ଦୋଳନ ତରଫରୁ ଦୃଢ ପ୍ରତିବାଦ କରାଯାଇଥିଲା | କିନ୍ତୁ ସରକାରୀ ଉଦାସୀନତା ଯୋଗୁ ଭାଷା ଆନ୍ଦୋଳନ ,ଓଡ଼ିଶା ପୁନର୍ବାର ଓଡ଼ିଆ ନୂଆବର୍ଷ ଏପ୍ରିଲ ୧୪ ତାରିଖ ଠାରୁ କଳାପତାକା ଅଭିଯାନ କରିବା ପାଇଁ ନିଷ୍ପତି ନେଇଥିଲା I ମାତ୍ର, ଓଡ଼ିଶା ସରକାରଙ୍କର ମୁଖ୍ୟ ଶାସନ ସଚିବ ଭାଷା ଆନ୍ଦୋଳନ,ଓଡ଼ିଶାର ଆନ୍ଦୋଳନକୁ ଆଖି ଆଗରେ ରଖି ଭାଷା ଆନ୍ଦୋଳନ ର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ I ଯାହା ସବୁ ତ୍ରୁଟି ବିଚ୍ୟୁତି ହୋଇଛି ସେ ସେସବୁକୁ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ଅନୁରୋଧ କରିଥିଲେ ଆଉ ଆନ୍ଦୋଳନକୁ ଯାଆନ୍ତୁ ନାହିଁ I ମୁଖ୍ୟ ଶାସନ ସଚିବଙ୍କର ଅନୁରୋଧ ରକ୍ଷା କରି ଭାଷା ଆନ୍ଦୋଳନ ,ଓଡ଼ିଶା କଳାପତାକା ଅଭିଯାନକୁ ସାମୟିକ ସ୍ଥଗିତ ରଖିବା ପାଇଁ ନିଷ୍ପତି ନେଇଛି I ମୁଖ୍ୟଶାସନ ସଚିବଙ୍କ ସହିତ ଯାହା ଆଲୋଚନା ହୋଇଥିଲା ସେ ସବୁକୁ ସମ୍ବଲପୁର ଶାଖାକୁ ଆବାହକ ପବିତ୍ର ମହାରଥା ଅବଗତ କରିବା ପରେ ବର୍ତମାନ ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଛନ୍ତି ବୋଲି ସମ୍ବଲପୁର ଶାଖାର ସଭାପତି ପ୍ରକୃତିବନ୍ଧୁ, କଳlରତ୍ନ ଡକ୍ଟର ବଂଶୀଧର କର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି I

