ସମ୍ବଲପୁର,୧୨/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବୂର୍ଲା ସ୍ଥିତ ଏନ୍.ଏ.ସି. ମହାବିଦ୍ୟାଳୟର ଯୁବ ରେଡକ୍ରସ ଶାଖା ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସୁବନ୍ଦିତା ମିଶ୍ର ଶିବିର କୁ ଉଦଘାଟନ କରି କହିଲେ ଯେ, ରକ୍ତଦାନ ଭଳି କାର୍ଯ୍ୟକ୍ରମ ଓଡ଼ିଆ ପକ୍ଷ ପାଳନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ବିଶେଷ ଅଟେ। ଏହିଅବସରରେ ସେ କହିଲେ ବସୁଧୈବ କୁଟୁମ୍ବକଂ ଏ ଜାତିର ମହାନ୍ ଗାଥା ହୋଇଥିବା ବେଳେ ରକ୍ତଦାନ ଭଳି ପଦକ୍ଷେପ ନିଶ୍ଚିତ ରୂପେ ଯୁବପିଢ଼ି ଙ୍କୁ ମାନବ ସେବା ଓ ତ୍ୟାଗ ର ପଥରେ ଅନୁଗାମୀ ହେବାପାଇଁ ପ୍ରେରିତ କରିବ। ଏହି କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ତଥା ବୂର୍ଲା ଭିମସାର ସ୍ଥିତ ରକ୍ତଭଣ୍ଡାରର ମେଡିକାଲ ଅଫିସର ଡ଼ା ନିହାର ରଞ୍ଜନ ନାୟକ, ଛାତ୍ରଛାତ୍ରୀ ମାନଙ୍କୁ ରକ୍ତ ଦାନର ଉପାଦେୟତା ଓ ଆବଶ୍ୟକତା ସମ୍ବନ୍ଧରେ ବୁଝାଇଥିଲେ। ଏହିଅବସରରେ ଭିମସାର ରକ୍ତଭଣ୍ଡାର ପକ୍ଷରୁ ପଦ୍ମନି ଶତପଥୀ, ମଧୁସ୍ମିତା ଦାସ, ଅଗ୍ନି ମହାନନ୍ଦ, ପାଇନୁ ଭୋଇ, ସଞ୍ଜୀବ କୁମାର ବେହେରା ଓ ସଂଜୟ ଜାଲ ଅତ୍ୟନ୍ତ ନିଷ୍ଠା ଓ ଧୈର୍ଯ୍ୟ ସହିତ ୩୮ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଶିବିର କୁ ପରିଚାଳନା କରିବା ସହିତ ଛାତ୍ରଛାତ୍ରୀ ଓ ଅନ୍ୟ ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଆ ପକ୍ଷ ପାଳନ ଅବସରରେ ଏହା ଏନ୍.ଏ.ସି. ମହାବିଦ୍ୟାଳୟର ଦ୍ବିତୀୟ ରକ୍ତଦାନ ଶିବିର

