କେନ୍ଦୁଝର:12//4,(ଉତ୍କଳ ସମାଚାର)କେନ୍ଦୁଝର ଷ୍ଟାଡିଅମ ଠାରେ ଆୟୋଜିତ ୧୧ତମ ଶୁଭାଶିଷ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ ରାଉରକେଲା ୟୁଥ କ୍ରିକେଟ କ୍ଳବ ରାଇଜିଂ ସ୍ଟୁଡେଣ୍ଟସ କଟକକୁ ୩୪ ରନରେ ପରାସ୍ତ କରି ବିଜୟୀ ହୋଇଛି। ଏହି ଫାଇନାଲ ମ୍ୟାଚ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ବିଜୟୀ ଏବଂ ରନର୍ସ ଅପ ବିଜେତା ଦଳକୁ ପୁରସ୍କୃତ କରିଥିଲେ।ଆମ ଦେଶରେ ପ୍ରତିଭାର କୌଣସି ଅଭାବ ନାହିଁ। କିନ୍ତୁ ଦେଶର ଗ୍ରାମୀଣ ପ୍ରତିଭାମାନଙ୍କୁ ଚିହ୍ନଟ ଚିହ୍ନଟ କରି ସେମାନଙ୍କୁ ବିଶ୍ବସ୍ତରୀୟ ସ୍ବୀକୃତି ଆଣିଦେବା ହେଉଛି ଆମ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ଏଥିପାଇଁ ପ୍ରତି ପଂଚାୟତ ଏବଂ ବ୍ଲକରେ ଷ୍ଟାଡିମୟ ନିର୍ମାଣ କରି ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ସରକାର ପ୍ରତିଭା ଚିହ୍ନଟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥଲେ , ବର୍ତ୍ତମାନ ଉଦୀୟମାନ ଖେଳାଳି ଛୋଟ ଛୋଟ ସହରରୁ ଆସି ନିଜକୁ ପ୍ରତିଷ୍ଠିତ କରି ପାରୁଛନ୍ତି। ଧୋନୀ, ଜାଡେଜା, ରିଙ୍କୁ ସିଂ, ସୁରେଶ ରାଇନା, ଶୁଭମନ ଗିଲ, ଯଶସ୍ଵୀ ଜୟଶ୍ବାଲ ଇତ୍ୟାଦି ଦେଖାଇଛନ୍ତି ଯେ ଯଦି ପ୍ରତିଭା ଅଛି ତେବେ ସଫଳତା ଦୂର ନୁହେଁ କେନ୍ଦୁଝର ଷ୍ଡାଡିୟମଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ, ଡାକ୍ତର ଫକୀର ନାଏକ, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ଼, ଜିଲ୍ଲାପାଳ ବିଶାଳ ସିଂହ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, କେନ୍ଦୁଝରର ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକ, କେନ୍ଦୁଝରଗଡ଼ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ସମାଜସେବୀ ଶୁକଦେବ ମହାନ୍ତ ଏବଂ ଫେମସ କ୍ଲବର ସଭାପତି ବିଶ୍ବଜିତ ତ୍ରିପାଠୀ ଉପସ୍ଥିତ ଥିଲେ।
