କେନ୍ଦୁଝର:12//4,(ଉତ୍କଳ ସମାଚାର)ଆଗାମୀ ଭାରତ ବୈଷୟିକ ଜ୍ଞାନ କୌଶଳର ଭାରତ ହେବ। ଗବେଷଣା, କୃତ୍ରିମ ମେଧା ର ସଠିକ୍ ବ୍ୟବହାର ଦ୍ୱାରା ଦେଶର ସମୃଦ୍ଧି ସୁନିଶ୍ଚିତ ହେବ ବୋଲି କେନ୍ଦୁଝରସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ର ରୌପ୍ୟ ଜୟନ୍ତୀ ସମାରୋହରେ, ଆଜି ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଛନ୍ତି ୧୯୯୫ ମସିହାରେ ଏହି ସଂସ୍ଥା ପ୍ରତିଷ୍ଠା ସମୟରୁ ଆଜି ପର୍ଯ୍ୟନ୍ତ ଏହା ଉତ୍ତର ଓଡ଼ିଶାର ଯୁବପିଢ଼ି ପାଇଁ ଆଶାର ପ୍ରତୀକ ରହିଛି। ମଧ୍ୟବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ସତ୍ୱେ ଲୋକମାନଙ୍କର ସମୁହ ଉଦ୍ୟମ ଓ ସଂକଳ୍ପ ଦ୍ୱାରା ୨୦୦୧ ମସିହାରେ ଏହି ସଂସ୍ଥା ପୁନଃଜୀବନ ଲାଭ କରିଥିଲା, ଯାହା ଏକତା ଓ ଦୃଢ଼ ସଙ୍କଳ୍ପର ଉତ୍କୃଷ୍ଟ ଉଦାହରଣ ବୋଲି ସେ କହିଥିଲେ।ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଏହି ମହାବିଦ୍ୟାଳୟରୁ ପ୍ରାୟ ୬୫୦୦ ରୁ ଅଧିକ ଛାତ୍ରଛାତ୍ରୀ ଦେଶ-ବିଦେଶରେ ସଫଳତାର କାର୍ଯ୍ୟ କରୁଛନ୍ତି। ଏହି ପରିପ୍ରେକ୍ଷିରେ ଜିସିଇକୁ ଏକ “ଉତ୍କର୍ଷ କେନ୍ଦ୍ର” ଭାବେ ଘୋଷଣା କରି ସେ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚତରର ଗବେଷଣା ଓ ଦକ୍ଷତା ବିକାଶରେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ।ରାଜ୍ୟର ଶିଳ୍ପାୟନ ଓ ନିଯୁକ୍ତି ସୃଷ୍ଟି ବିଷୟରେ ମୁଖ୍ୟମନ୍ତ୍ରୀ ଜଣାଇଥିଲେ ଯେ, ଗତ ଦୁଇ ବର୍ଷରେ ପ୍ରାୟ ୨.୮ ଲକ୍ଷ କୋଟି ଟଙ୍କାର ବିନିଯୋଗ ହୋଇଥିବା ସହ ୨ ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ଶିଳ୍ପକୁ ଆଧାର କରି ଓଡ଼ିଶା ଏବେ ରାଜ୍ୟର ଯୁବପିଢ଼ିମାନଙ୍କ ପାଇଁ ଏକ ଆକର୍ଷଣ କେନ୍ଦ୍ର ଭାବେ ଉଭା ହେଉଛି, ଇଞ୍ଜିନିଅରିଂ ଓ ମେଡିକାଲ ଶିକ୍ଷାରେ ଆଦିବାସୀ, ଦଳିତ ଓ ଏସଇବିସି ବର୍ଗ ପାଇଁ ସଂରକ୍ଷଣ ବୃଦ୍ଧି କରାଯାଇଛି, ଯାହା ରାଜ୍ୟରେ ପଛୁଆ ବର୍ଗଙ୍କ ଶିକ୍ଷାର ବିକାଶକୁ ସୁନିଶ୍ଚିତ କରିବ। ସେ ଉଲ୍ଲେଖ କରିଥିଲେ ଯେ, । ଓଡ଼ିଶାରେ ପ୍ରଚୁର ଥୋରିଅମ୍ ସମ୍ପଦ ଥିବାରୁ ଭବିଷ୍ୟତରେ ଏଠାରେ ପରମାଣୁ ଶକ୍ତି କେନ୍ଦ୍ର ପ୍ରତିଷ୍ଠାର ଉଜ୍ଜ୍ୱଳ ସମ୍ଭାବନା ରହିଛି। ଯୁବବର୍ଗଙ୍କୁ ଉପଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “କେବଳ ଚାକିରି ଖୋଜୁଥିବା ଆଶାୟୀ ନୁହେଁ, ଚାକିରି ସୃଷ୍ଟି କରୁଥିବା ମଣିଷ ହୁଅନ୍ତୁ”। ଇନୋଭେସନ ଓ ଏଣ୍ଟ୍ରପ୍ରିନ୍ୟୋର୍ସିପ୍ ଦ୍ୱାରା ନୂତନ ସୁଯୋଗ ସୃଷ୍ଟି କରିବାକୁ ସେ ଆହ୍ୱାନ କରିଥିଲେ। ୨୦୩୬ ସୁଦ୍ଧା ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ଯୁବଶକ୍ତିର ଭୂମିକା ନିର୍ଣ୍ଣାୟକ ବୋଲି ସେ କହିଥିଲେ।ଏହି ଉତ୍ସବରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡାକ୍ତର ଫକୀର ମୋହନ ନାଏକ , ପାଟଣା ବିଧାୟକ ଅଖିଳ ଚଦ୍ର ନାଏକ, ଜିଲ୍ଲାପାଳ ଶ୍ରୀ ବିଶାଳ ସିଂ ,ବିପିୟୁଟି କୂଳପତି ପ୍ରଫେସର ଅମୀୟ କୁମାର ରଥ , ଗଭର୍ଣ୍ଣିଙ୍ଗ ବଡି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସେନାପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସରୋଜ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।ଏହା ପୂର୍ବରୁ ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ ରାଜ୍ୟରେ ୪୫ ହଜାର ନୂତନ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରିରହିଛି ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ୧୦ କୋଟି ଅନୁଦାନ ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୭ ଏକର ଜମି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ୨୦୨୬-୨୭ ଆର୍ଥିକ ବର୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୩୧,୯୯୭ କୋଟି ଟଙ୍କାରୁ ଅଧିକ ପ୍ରାବଧାନ ରଖାଯାଇଛି, ଯାହା ମୋଟ ବଜେଟର ୧୦.୩ ପ୍ରତିଶତ। ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ କରି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି ଏବଂ ପ୍ରଥମ ପର୍ଯ୍ୟାୟରେ ୨,୨୦୦ ପଞ୍ଚାୟତରେ ଏହାର କାମ ଆରମ୍ଭ ହୋଇଛି। ବୋଦାପାଳସାବାସୀଙ୍କ ବହୁ ଦିନର ସ୍ବପ୍ନ ପୁରଣ କରି ଅରଡେଇ ନାଳ ଉପରେ ପୋଲ ଉଦ୍ଘାଟନ କରିବା ଫଳରେ ୫୦୦୦ ରୁ ଉର୍ଦ୍ଧ୍ୱ ଅଞ୍ଚଳବାସୀ ହେବେ ଲାଭାନ୍ୱିତ ହେବେ ଓ ଅରଡେଇ ପୋଲ କେନ୍ଦୁଝର ସଦର ଅଞ୍ଚଳ ପାଇଁ ଏକ ନୂତନ ପରିଚୟ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ,ଲଙ୍ଗଳକଣ୍ଟି ଠାରେ ଅଣ୍ଡରପାସ୍ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ଏବଂ ଟ୍ରାଫିକ୍ ଗତିକୁ ସହଜ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ , ସୂଚନାଯୋଗ୍ୟ ଯେ ଏହି ଅଣ୍ଡରପାସ୍ ଜାତୀୟ ରାଜପଥ ୨୦ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଡ଼କ ଭାବରେ ବିକଶିତ ହୋଇଛି, ଯାହାକି ରାଜ୍ୟର ପ୍ରମୁଖ ଶିଳ୍ପ, ଖଣି ଏବଂ ବାଣିଜ୍ୟିକ କ୍ଷେତ୍ରଗୁଡ଼ିକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ରାଜପଥ ମଧ୍ୟରୁ ଗୋଟିଏ। ଏଣୁ ଏହି ପ୍ରକଳ୍ପ ସ୍ଥାନୀୟ ଅଂଚଳର ଟ୍ରାଫିକ ହ୍ରାସ କରିବ।

