ସମ୍ବଲପୁର,୧୨/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ସ୍ଥାନୀୟ ମୁଦିପଡା ଜଗନ୍ନାଥ ମନ୍ଦିର ପରିସରରେ ଏକ ନବନିର୍ମିତ ହନୁମାନ ମହାପ୍ରଭୁଙ୍କ ମୂର୍ତ୍ତି ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳୁ ପୂଜା, ହୋମ, ଯଜ୍ଞ ଆଦି ସହ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ମୁନୁ ପ୍ରଧାନ ଓ ତାଙ୍କ ସହଧର୍ମିଣୀ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ପଣ୍ଡିତ ଅମ୍ବୁଦ ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ଏହିଅବସରରେ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ମନ୍ଦିର କମିଟି ସଭାପତି ଜିତୁ କର୍ଣ୍ଣଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ସୁବ୍ରତ ବହିଦାର, ଗଜପତି ରାଓ, ରାଜନ କପୁର, ସୁଜିତ କର୍ଣ, ଭୀମସେନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ପଡା ତଥା ଆଖପାଖ ଅଞ୍ଚଳର ବହୁ ଲୋକ ଉପସ୍ଥିତ ଥିଲେ

