ନବରଙ୍ଗପୁର:18//4,(ଉତ୍କଳ ସମାଚାର)ପାପଡାହାଣ୍ଡି ଗତକାଲି ରାତ୍ରି 12 ଟା ସମୟରେ ପାପଡାହାଣ୍ଡି ପୋଲିସ ପୁରୁଣା ଥାନା ସମୁଖ ରେ ଗାଡି ଚେକିଂ କରୁଥିବା ସମୟରେ ତାମିଲନାଡୁ ରାଜ୍ୟର ତିରପୁର କୁ ଦାଦନ ଶ୍ରମିକ ଭାବେ କାମକରିବା ପାଇଁ ଯାଉଥିବା ସମୟରେ ଏସ ଆଇ ଉମାକାନ୍ତ ଶବର, ଏ ଏସ ଆଇ ଶରତ ଚନ୍ଦ୍ର କୁଟ୍ରିକା ଏବଂ ସଂଜୁ ମେଲକା ଏବଂ ପି ଏଲ ଭି ସଭ୍ୟ ରାଜକିଶୋର ରାଓ ଙ୍କ ଉପସ୍ଥିତି ରେ (ଓଡି -02 ଏୱାଇ 1511) ନଂ ଆଟିକା ଏବଂ ( ଓଡି -24 ଡି 6760) ନଂ ବୋଲେରୋ ଏହି 2 ଟି ଗାଡ଼ିରୁ ମୋଟ 14 ଜଣ ଝିଅଙ୍କୁ ଉଦ୍ଧାର କରାଯାଇଛି l ଏବଂ ସେମାନଙ୍କ ମଧ୍ୟରେ 6 ଜଣ ନାବାଳିକା ରହିଥିବା ଜଣା ପଡିଛି l ଏହି ଝିଅ ମାନେ ଉମରକୋଟ, ରାଇଘର, ଡାବୁଗାଁ, ତେନ୍ତୁଳୀଖୁଣ୍ଟି ଅଂଚଳ ରୁ କାମ କରିବାପାଇଁ ତାମିଲନାଡୁ ରାଜ୍ୟର ତିରପୁର ଯାଉଥିଲେ l ସେମାନଙ୍କ ନିକଟରେ ବୈଧ ଶ୍ରମ କାର୍ଡ ବା କୌଣସି ଶ୍ରମିକ ପଞ୍ଜିକରଣ ପରିଚୟ ପତ୍ର ନାହଁ l ପାପଡାହାଣ୍ଡି ପୋଲିସ ଏବଂ ଅତିରିକ୍ତ ଶ୍ରମ ଅଧିକାରୀ ସଂଗ୍ରାମ ଭୂମିଆ ଆଜି ସମସ୍ତ ଝିଅଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ( ସି ଡବ୍ଲୁ ସି ) ଙ୍କୁ ହସ୍ତାନ୍ତର କରିଛନ୍ତି ଏବଂ ପାପଡାହାଣ୍ଡି ପୋଲିସ ଘଟଣାରେ ଦୁଇଜଣ ଦଲାଲ ମୁନୁ କନ୍ଦପାନ ଏବଂ ମହେଶ୍ୱର ମିର୍ଗାନ ଙ୍କୁ ଅଟକ ରଖିଛନ୍ତି l ବର୍ତମାନ ଜିଲ୍ଳାରେ କାମଧନ୍ଦା ଅଭାବ ରୁ ଏବଂ ସଚେତନତା ଅଭାବ ରୁ ନାବାଳିକା ଝିଅ ମାନେ ବାଧ୍ୟ ହୋଇ କାମ କରିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ଏବଂ ସେଠାରେ ହଇରାଣ ମଧ୍ୟ ହେଉଛନ୍ତି l ଜିଲ୍ଲା ସି ଡବ୍ଲୁ ସି ଝିଅଙ୍କ ପରିବାର ଲୋକଙ୍କୁ ସମ୍ପର୍କ କରି ଏଠାକୁ ଡାକି ସଚେତନ କରି ହସ୍ତାନ୍ତର କରାଯିବ ବୋଲି କହିଛନ୍ତି l

