କେନ୍ଦୁଝର ,2/5((ଉତ୍କଳ ସମାଚାର):)- ଜିଲ୍ଲା ସଂସ୍କୃତି ଭବନ, କେନ୍ଦୁଝର ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ, କେନ୍ଦୁଝର ର ମିଳିତ ସହଭାଗିତାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ – ୨୦୨୬ ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ କାର୍ଯ୍ୟକ୍ରମରେ ଅନନ୍ତ ନାୟକ, ସାଂସଦ, କେନ୍ଦୁଝର, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଶ୍ରୀମତୀ ମମିତା ନାୟକ, ଅଧ୍ୟକ୍ଷା ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ , କେନ୍ଦୁଝର , ଶ୍ରୀଯୁକ୍ତ ବିବେକାନନ୍ଦ ମହନ୍ତ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, କେନ୍ଦୁଝର ସୂର୍ଯ୍ୟନାରାୟଣ ମାଳି ମଧ୍ୟ ଉପସ୍ଥିତ ରହି ବିଭିନ୍ନ ଶ୍ରମ ଆଇନ ର କାର୍ଯ୍ୟକାରିତା ଓ ମଙ୍ଗଳକାରୀ ଯୋଜନା ସମନ୍ଧ ରେ ଶ୍ରମିକ ମାନଙ୍କୁ ଅବଗତ କରାଇ ଥିଲେ। ଜିଲ୍ଲା ଶ୍ରମ ଅଧିକାରୀ, କେନ୍ଦୁଝର, ଆକାଶ ବିଶୋଇ ସ୍ୱାଗତ ସମ୍ଭାଷଣ ଦେଇ ମଞ୍ଚ ସଞ୍ଚାଳନ କରିଥିଲେ। ଶ୍ରମ ବିଭାଗ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ଏହି ଆନ୍ତର୍ଜାତିକ ଶ୍ରମିକ ଦିବସ ରେ ମୋଟ ୭୧୧ ଜଣ ଯୋଗ୍ୟ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ରାଶି ବାବଦକୁ ଟ.୪ କୋଟି ୩୫ ଲକ୍ଷ ୯୯ ହଜାର ଦୁଇ ଶହ ଟଙ୍କା ଓ ମୋଟ ୧୦ ଜଣ ଅଣ ସଙ୍ଗଠିତ ଶ୍ରମିକ ଙ୍କ ମନୋନୀତ ବ୍ୟକ୍ତି ଙ୍କୁ ମୃତ୍ୟ କାଳୀନ ସହାୟତା ରାଶି ବନ୍ଦ କୁ ଟ ୧୯ ଲକ୍ଷ ଏବଂ ନୂତନ ଭାବରେ ପଞ୍ଜୀକୃତ ହୋଇଥିବା ୨୦୦ ଜଣ ନିର୍ମାଣ ଶ୍ରମିକ ଓ ୫୦ ଜଣ ଅଣ ସଙ୍ଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସର୍ବମୋଟ ୬୦୦ ଜଣ ନିର୍ମାଣ ଏବଂ ଅଣସଂଗଠିତ ଶ୍ରମିକ, ଟ୍ରେଡ ୟୁନିଅନ ର କର୍ମକର୍ତ୍ତା ଓ ମିଡିଆ ବୃନ୍ଦ, କେନ୍ଦୁଝର ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରି ଉପସ୍ଥିତି ଥିଲେ।

