ରାଜଗାଙ୍ଗପୁର: 7/5/26(ସୁବାଷ ବେହେରା) :ସ୍ୱାସ୍ଥ୍ୟ ହିଁ ସମ୍ପଦ ଏହାକୁ ଦୃଷ୍ଟି କୁ ରଖି ରାଜଗାଙ୍ଗପୁର ନିକଟସ୍ଥ ଯାମପଲ୍ଲୀ ଠାରେ ସ୍ଥାପିତ ଓ ଆଇ ଏସ ଏଲ ପକ୍ଷରୁ କାରଖାନା ଶ୍ରମିକ ଏବଂ ଆଖ ପାଖ ଗ୍ରାମଞ୍ଚଳ ର ଜନ ସାଧାରଣ ଙ୍କ ପାଇଁ ନିଶୁକ୍ଳ ମେଘା ସ୍ୱାସ୍ଥ୍ୟ ନିଦାନ ଶିବୀର କାରଖାନା ର ପରିସରରେ ଅନୁଷ୍ଠିତ ହୋଇ ଥିଲା l ଏହି ସ୍ୱାସ୍ଥ୍ୟ ଶିବୀର କୁ ଅନୁଷ୍ଠାନିକ ଭାବେ କାରଖାନାର ସି ଇ ଓ ଶ୍ରୀ ଜେ ପି ଯାଦବ ନିର୍ଦେଶକ ଦିପୁ ଚନ୍ଦ୍ର ଲମ୍ବା ଏବଂ ହେଚ ଆର ମୁଖ୍ୟ ରାଜୀବ କୁମାର ଙ୍କ ଉପସ୍ଥିତିରେ ନିଶୁକ୍ଳ ମେଘା ସ୍ୱାସ୍ଥ୍ୟ ନିଦାନ କାର୍ଯ୍ୟକ୍ରମ କୁ ଉଦଘାଟନ କରା ଯାଇଥିଲା l ସ୍ୱାସ୍ଥ୍ୟ ଶିବୀର କୁ ସଂଚାଳନ କରିବା ପାଇଁ ରାଉରକେଲା ହାଇ ଟେକ ମେଡିକାଲ ରୁ ବିଭିନ୍ନ ବର୍ଗ ର ଡାକ୍ତର ଦଳ ଯୋଗ ଦେଇ ପ୍ରାୟ 300ଜଣ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ବିଭିନ୍ନ ରୋଗ ନିରୂପଣ କରିଵା ସହ ଔଷଧ ପ୍ରଦାନ କରି ଥିଲେ l

