ରାଉରକେଲା:28//5,(ଉତ୍କଳ ସମାଚାର) ଗତ ସୋମବାର ଅପରାହ୍ନରେ କାଳ ବୈଶାଖୀ ଯୋଗୁଁ ପ୍ରଭାବିତ ଅଂଚଳ ଗୁଡିକର ବାସିନ୍ଦାଙ୍କୁ ପ୍ରଶାସନ ପକ୍ଷରୁ ପଲିଥିନ୍ ବଣ୍ଟନ କରାଯାଇଛି । ରାଉରକେଲା ତହସିଲଦାର ଦେଇଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ କରାଯାଇଥିବା ସର୍ଭେ ଅନୁଯାୟୀ ମୋଟ ୧୩୮ଟି ଘର ସମ୍ପୂର୍ଣ୍ଣ ଓ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।ପ୍ରଭାବିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଖରିଆ ବସ୍ତି, ଗଞ୍ଜୁ ବସ୍ତି, କଲ୍ୟାଣ ବସ୍ତି, ବଲାଙ୍ଗୀର ବସ୍ତି ଓ ଜି-ବ୍ଲକ ବସ୍ତି ଅନ୍ତର୍ଭୁକ୍ତ ଅଛି। ପ୍ରଶାସନ ପକ୍ଷରୁ ତୁରନ୍ତ ରିଲିଫ ବ୍ୟବସ୍ଥା ଗ୍ରହଣ କରାଯାଇ ୯୮ଟି ପ୍ରଭାବିତ ପରିବାରଙ୍କୁ ପଲିଥିନ ବଣ୍ଟନ କରାଯାଇଛି। ବାକି ପରିବାରମାନଙ୍କ ପାଇଁ ସହାୟତା ଓ ଅଧିକ ସର୍ଭେ କାର୍ଯ୍ୟ ଜାରି ରହିଛି।

