ରାଉରକେଲା ୩୦/୫, (ଉତ୍କଳ ସମାଚାର)(ନିପ୍ର), ୨୦୨୬-୨୭ ବର୍ଷ ପାଇଁ ରାଉରକେଲା ଅବକାରୀ ଜିଲ୍ଲାର ୩୫ ଗୋଟି ବିଦେଶୀ ଠିପିବନ୍ଦ ମଦ ଦୋକାନ ବନ୍ଦୋବସ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ୩୨ ଗୋଟି ମଦ ଦୋକାନ ପାଇଁ ୪୮୧ ଜଣ ଆବେଦନକାରୀ ସମୁଦାୟ ୯୪୦ ଗୋଟି ଦରଖାସ୍ତ ପକାଇଥିଲେ। ଶୁକ୍ରବାର ୨୯ ତାରିଖ ସକାଳ ୯ ଘଟିକା ଠାରୁ ରାଉରକେଲା ମହାନଗର ନିଗମ କାଉନସିଲ ହଲରେ ଲଟେରୀ ଉଠାଣ ପ୍ରକ୍ରିୟା ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଆରମ୍ଭ କରାଯାଇଥିଲା । ଜିଲ୍ଲାପାଳ ଆଖିରେ କଳା ପଟି ବାନ୍ଧି ଲଟେରୀ ଉଠାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଲଟେରୀ ପ୍ରକ୍ରିୟାରେ ସମୁଦାୟ ୩୨ ଜଣଙ୍କୁ ବିଜେତା ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ, ସରୋଜ କୁମାର ପଟ୍ଟନାୟକ, DIO, NIC, କାନ୍ଦରା ହେମ୍ବ୍ରମ, ଅବକାରୀ ଅଧୀକ୍ଷକ ଧନେଶ୍ଵର ବରାଡ, ଅତିରିକ୍ତ ତହସିଲଦାର ମୁକେଶ କୁମାର ପୃଥାଳ, ଅବକାରୀ ନିରୀକ୍ଷକ ମୋହନ ପ୍ରଧାନ, ହେମନ୍ତ ମହାନନ୍ଦିଆ ଓ ଦିଲ୍ଲିପ କୁମାର ନାୟକ ପ୍ରମୁଖ ସୁପରିଚାଳିତ କରିଥିଲେ l ୩ ଗୋଟି ଦୋକାନ ପାଇଁ କୌଣସି ଆବେଦନ ପତ୍ର ବା ଦରଖାସ୍ତ ପଡିନଥିଲା।

