ରାଉରକେଲା:30//5,(ଉତ୍କଳ ସମାଚାର) ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ପରିସରରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ କମ୍ରେଡ କେଦାରନାଥ ପ୍ରଧାନଙ୍କ ସାରସ୍ଵତ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭିକ ଅଭିଭାଷଣରେ ଶ୍ରୀ ମହାପାତ୍ର ତାଙ୍କର ସାମଗ୍ରିକ ଜୀବନାୟନ ସହିତ ତାଙ୍କର ପ୍ରବନ୍ଧ ଗୁଡ଼ିକରେ ମାର୍କସୀୟଅର୍ଥନୈତିକ ଦିଗନ୍ତକୁ ବିଶ୍ଳେଷଣ ପୂର୍ବକ ବୈଜ୍ଞାନିକ ସମାଜବାଦର ପ୍ରତିଷ୍ଠା ପାଇଁ ସେ କିପରି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲଢ଼ିଥିଲେ,ତାହାର ବ୍ୟାଖ୍ୟାନ କରିଥିଲେ । କମ୍ରେଡ ସଞ୍ଜୁଲତା ଦେଇ ତାଙ୍କର ବାଲ୍ୟଜୀବନ,ରାଜନୈତିକ ଜୀବନ ବର୍ଣ୍ଣନା ସହିତ ମାର୍କସବାଦର ତତ୍ତ୍ଵକୁ ଭାରତୀୟ ସମାଜର ବାସ୍ତବତା ସହିତ ଯୋଡି ଶ୍ରମିକମାନଙ୍କର ସ୍ବଚ୍ଛଳତା ପାଇଁ ସେ କିପରି ସଂଗ୍ରାମ ଜାରି ରଖିଥିଲେ, ତତ୍ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ମହେନ୍ଦ୍ର ପରିଡ଼ା ସର୍ବଭାରତୀୟ ରାଜନୈତିକ ପ୍ରେକ୍ଷାପଟରେ କେଦାରନାଥ ପ୍ରଧାନଙ୍କ ସାମଗ୍ରିକ ଜୀବନ ସଂଗ୍ରାମ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କର ସ୍ୱଚ୍ଛନ୍ଦ ଜୀବନଯାପନ ପାଇଁ ତାଙ୍କର ମାର୍କସୀୟ ବିଶ୍ଳେଷଣ ଓ ଯୁକ୍ତି ଅକାଟ୍ୟ ଥିଲା ବୋଲି କହିଥିଲେ । ମୁଖ୍ୟ ଅତିଥି ପଶୁପତିନାଥ ଚାଟାର୍ଜୀ ଅଭିଭାଷଣରେ ତାଙ୍କର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଛବିଶଗୋଟି ପ୍ରବନ୍ଧର ସୂଚନା ପ୍ରଦାନ କରି ଭାରତୀୟ ସମାଜ ପାଇଁ ମାର୍କସୀୟ ବିଚାରଧାରା କିପରି ଅପରିହାର୍ଯ୍ୟ ,ତତ୍ସଂପର୍କରେ ଆଲୋଚନା ରଖିଥିଲେ । ସଭାପତି ଶ୍ରୀ ପତି ସ୍ବାଗତ ଭାଷଣ ସହିତ ତାଙ୍କର ପାଞ୍ଚ ଦଶନ୍ଧିର ପ୍ରଗତିଶୀଳ ସାହିତ୍ୟର ଧାରା ସଂପର୍କରେ ବିଶ୍ଳେଷଣ କରିବା ସହ ପ୍ରୟାତ କେଦାରନାଥ ଙ୍କ ପ୍ରତି କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ବିଚିତ୍ରାନନ୍ଦ ସାହୁ ତାଙ୍କର ସାଂଗଠନିକ ନେତୃତ୍ୱ ସଂପର୍କରେ ବର୍ଣ୍ଣନା କରିଥିଲେ ।କବି ଧୋବେଇ ବେହେରାଙ୍କ ସଂଯୋଜନାରେ ସହରର ଲବ୍ଧପ୍ରତିଷ୍ଠିତ ପ୍ରଗତିଶୀଳ କବି ଡକ୍ଟର କୃପାସିନ୍ଧୁ ନାୟକ, ବଳରାମ ରାଉଳ, କୁଞ୍ଜବିହାରୀ ରାଉତ, ପ୍ରତାପ କୁମାର ପଣ୍ଡା, କାଶୀନାଥ ପାତ୍ର, ସୁଶାନ୍ତ କୁମାର ନାୟକ, ଅଶୋକ କୁମାର ପଟ୍ଟନାୟକ, ଗୌତମ ଦାସ, ଶିବପ୍ରସାଦ ଦାସ, ଅଧ୍ୟାପକ ବିଜୟ ରାୟ, ତ୍ରିଲୋଚନ ସ୍ବାଇଁ, ଶ୍ରୀଧର ସୁନା,ଅଜୟ ମହାନ୍ତି, ଧନଞ୍ଜୟ ମଲ୍ଲିକ, ରଶ୍ମି ସାହୁ, ଅର୍ଚ୍ଚନା ପାତ୍ର, ସବିତା ବସ୍ତିଆ, ବିନତା ମହାନ୍ତ ପ୍ରମୁଖ ବହୁକବି କବିତା ପାଠ କରିଥିଲେ । ଏହି ସଭାରେ ସହରର ଶତାଧିକ ବୁଦ୍ଧିଜୀବୀ , ରାଜନୈତିକ ବ୍ୟକ୍ତିତ୍ଵ ସମେତ ପ୍ରମୁଖ ସାହିତ୍ୟ, ସାଂସ୍କୃତିକ, ନାଗରିକ ଉନ୍ନୟନ ସଂଘର ସାରସ୍ଵତ ସାଧକ ମାନଙ୍କ ମଧ୍ୟରୁ ସର୍ବଶ୍ରୀ ମହେନ୍ଦ୍ର ବେହୁରିଆ, ଭୂପେନ ମହାପାତ୍ର,ଗଗନ ବିହାରୀ ଧଳ,ଡଃ ସୁମନ ଦତ୍ତ, ପୀତବାସ ପ୍ରଧାନ,ସୁନିଲ ମହାନ୍ତି, ନରେନ୍ଦ୍ର ଗୋପ୍, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସଂଜୀବ ଭୋଇ, ରାଜୀବ ପାଣି, ଡକ୍ଟର ନଗେନ ଦାସ, ଡକ୍ଟର କିଶୋରୀ ଦାଶ, ବବିତା ମହାପାତ୍ର, ଅକ୍ଷୟ ପଣ୍ଡା, କୈଳାସ ମାହାଳି, ବିକାଶ ଗୋପ୍,ଛବି ମହାନ୍ତି, ରଶ୍ମିତ ସାହାଣୀ, ତ୍ରିନାଥ ସିଂହ, ସସ୍ମିତା ପ୍ରଧାନ,ଭାରତୀ ମହାପାତ୍ର, ପ୍ରମିଳା ପ୍ରଧାନ,ପରିଣିତା ପ୍ରଧାନ, ଗଙ୍ଗାଧର ପୁହାଣ, କପିଳେନ୍ଦ୍ର ବାରିକ, ବସନ୍ତ ନାୟକ, ରାଧାମୋହନ ନାୟକ, ଅଶ୍ଳେଷା ପଣ୍ଡା, ସୁରେନ୍ଦ୍ରନାଥ ବରାଳ ପ୍ରଭୃତି ଯୋଗଦାନ କରିଥିଲେ। ଶେଷରେ କମ୍ରେଡ ସଞ୍ଜୁଲତା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।

