କେନ୍ଦୁଝର:2//6,(ଉତ୍କଳ ସମାଚାର)ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଗୁରିନ୍ଦର ସିଂ ଙ୍କ ଅନୁମୋଦନ ପରେ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ଏବଂ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ଜିଲ୍ଲା ସଭାପତି ଏମ୍ ଡି ମୁଜାହିଦ୍ ଆଲମ୍ ମଙ୍ଗଳବାର ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ଟିମ୍ ଘୋଷଣା କରିଛନ୍ତି। ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ଉପସଭାପତି ଭାବେ ମନସୁର ଅନସାରୀ, ଏମ୍ ଡି ହବିବୁର ରହମାନ୍, ଏମ୍ ଡି ଜାୟେଦ୍ ଆନସାରୀ, ରାଜିନ୍ଦର ସିଂ, ସୁଫିୟା ଖାତୁନ ,ଏମ୍ ଡି ମୁସ୍ତାକ ଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଏମ୍ ଡି ଜଲ୍ଲାଲ୍ଲୁଦ୍ଦିନ ଆକବର ଓ ଏମ୍ ଡି ବୁଟୁ ଙ୍କୁ ଗୁରୁ ଦାୟିତ୍ୱ ଦେଇଛି ବିଜେପି। ସେହିପରି ସମ୍ପାଦକ ଭାବେ ପୁଷ୍ପା ଭୂୟାଁ,ଏମ୍ ଡି ଅଫତାବ, ଓବେଦୁର ରହମାନ,ଏମ୍ ଡି ଦାଉଦ, ରବିସ୍ଥା ଫରଜାନା ତଥା କୋଷାଧକ୍ଷ ଭାବେ ମଜହର୍ ହସେନ୍ ଙ୍କ ନାମ ଘୋଷଣା କରାଯାଇଛି। ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶିରାଯୁଦ୍ଦିନ ଖାନ୍, ହାସନ୍ ଆନସାରି, ଏସ କେ ଆମାନୁଲ୍ଲା, ସହାବାଜ ଆଲମ, ହରିର ଅହମ୍ମଦ, ଏସକେ ଫୁର୍କାନ୍, ୱାସିପ୍ ଆନସାରୀ, ଏମ୍ ଡି ଯସୀମ୍, ଦାଉଦ୍ ଖାନ୍, ମୁଦସିର୍ ଇସଲାମ, ତୋବାରକ୍ ସାହା, ରାଜିଦା ବିବି, ଏମ୍ ଡି ଇମ୍ରାନ୍ ଖାନ୍, ଗୁରବିନ୍ଦର ସିଂ,ଏସକେ ପର୍ଭେଜ୍ ଙ୍କୁ ଜିଲ୍ଲାରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା କୁ ସଶକ୍ତ କରି ଜିଲ୍ଲାରେ ବସବାସ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ର ଲୋକଙ୍କୁ କିଭଳି କେନ୍ଦ୍ରରେ ମୋଦୀ ସରକାର ଏବଂ ରାଜ୍ୟରେ ମୋହନ ସରକାର ଙ୍କ ଲୋକାଭିମୁଖୀ ଯୋଜନା ର ଲାଭ କିଭଳି ପାଇବେ ସେଥିପାଇଁ ଏକ ହୋଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତି ଏମ୍ ଡି ମୁଜାହିଦ୍ ଆଲମ୍।

