ରାଇଘର,(ଉତ୍କଳ ସମାଚାର).ନରସିଂବାଘ ତାରିଖ:୦୩/୦୬ ନବରଙ୍ଗପୁର ଜିଲ୍ଲାର ରାଇଘର ପଂଚାୟତ ସମିତିର ସପ୍ତମ ସାଧାରଣ ବୈଠକ ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝଙ୍କାରଙ୍କ ଅଧ୍ୟକ୍ଷତାରେ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବୈଠକରେ RD ରୋଡ଼ ଅନ୍ତର୍ଗତ ପ୍ରାୟ ୪୦ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଥିବା ବେଳେ, ୭୦ଟି ଅଙ୍ଗନବାଡି କେନ୍ଦ୍ର ପାଇଁ ନୂତନ ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହା ଦ୍ୱାରା ଗ୍ରାମୀଣ ଅଞ୍ଚଳର ଯାତାୟାତ ବ୍ୟବସ୍ଥା ସହିତ ଶିଶୁ ଓ ମାତୃ ସେବାର ଉନ୍ନତି ହେବାର ଆଶା କରାଯାଉଛି।ଏହା ସହିତ, ମେଡିକାଲ ବିଭାଗ ପକ୍ଷରୁ ସିକେଲ ସେଲ (Sickle Cell) ରୋଗୀମାନଙ୍କ ପାଇଁ ବିଶେଷ ଯୋଗାଯୋଗ ଓ ସେବା ବ୍ୟବସ୍ଥା କରାଯାଇଥିବା କଥା ବୈଠକରେ ଉଲ୍ଲେଖ ହୋଇଥିଲା। ଏଥିପାଇଁ ସଚେତନତା ବୃଦ୍ଧି ସହ ଚିକିତ୍ସା ସୁବିଧା ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ହୋଇଛି।ତଥାପି, ଜଙ୍ଗଲ ବିଭାଗର ଅଧିକାରୀମାନେ ଅବୈଧ ଜଙ୍ଗଲ କଟା ଉପରେ କଡ଼ା ରୋକ ଲାଗିବାକୁ ନିବେଦନ କରିଥିଲେ। ପରିବେଶ ସୁରକ୍ଷା ଓ ଜଙ୍ଗଲ ସଂରକ୍ଷଣ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ବୈଠକରେ ଜୋର ଦିଆଯାଇଥିଲା।ସମିତିର ଏହି ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଋତୁସିଂ, ସାଂସଦ ପ୍ରତିନିଧି ପ୍ରୀତି ସିଗିନା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟୀ କୁମାର ସେଠୀ ସହିତ ବିଭିନ୍ନ ବିଭାଗର ଅଧିକାରୀ, ସମିତି ସଭ୍ୟମାନେ ଓ ସ୍ଥାନୀୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ବିକାଶ କାମକୁ ତ୍ୱରାନ୍ୱିତ କରିବା ସହ ଲୋକସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।
