କେନ୍ଦୁଝର:3//6,(ଉତ୍କଳ ସମାଚାର)ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ବାପା ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କର ପରଲୋକ ହୋଇଯାଇଛି। ଦୀନବନ୍ଧୁ ଭୁବନେଶ୍ୱରର ୟର ପିଏମଜିରେ ସରକାରୀ ବାସଭବନରେ ରହୁଥିଲେ।ଗତକାଲି ବିଳମ୍ବିତ ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଦୀନବନ୍ଧୁଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି ରାଇକଳା ନିଆଯାଇଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ରାଇକଳାରେ ପହଞ୍ଚି ତାଙ୍କର ଅନ୍ତେଷ୍ଟି କ୍ରିୟାରେ ସାମିଲ ହୋଇଛନ୍ତି। ଏ ଖବର ପହଂଚିବା ପରେ ବୁଧବାର ରାଇକଳା ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଅନ୍ତେଷ୍ଟି କ୍ରିୟାରେ ସାମିଲ ହେବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଭାଜପା କର୍ମୀଙ୍କ ସମେତ ଅଞ୍ଚଳ ର ଜନସାଧାରଣ ଉପସ୍ଥିତ ରହିଥିଲେ , ଗ୍ରାମ୍ୟ ଶ୍ମଶାନ ରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା

