ନବରଙ୍ଗପୁର:10//6:(ଉତ୍କଳ ସମାଚାର)ଆଜି ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧକ୍ଷତାରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଏବଂ ସଫଳ ଶାସନ ଓ ବିକାଶ ମୂଳକ ଉପଲବ୍ଧିକୁ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବା ଓ ଜନ ସଂପୃକ୍ତି କାର୍ଯ୍ୟକ୍ରମ ଆୟୋଜନ କରିବା ସକାଶେ ଏକ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ଝରି ଗାଁ ନରସିଂହ ଭତରା, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଡ଼ ପ୍ରମୋଦ କୁମାର ପୃଷ୍ଟି,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଶ୍ଵଜିତ ଚନ୍ଦ୍ର ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର ୱାନ , ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର , ସମାଜସେବୀ କୁଞ୍ଜ ବିହାରୀ ଦାସ ,ମାନ୍ୟବର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପାଢ଼ୀ,ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ସମସ୍ତଙ୍କୁ ସ୍ବାଗତ କରି ଆଗାମୀ କାର୍ଯ୍ୟକ୍ରମ ର ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ଦାୟିତ୍ୱ ନ୍ୟସ୍ତ ଓ ପ୍ରସ୍ତୁତି ଉପରେ କହିଥିଲେ। ମାନ୍ୟବର ବିଧାୟକ ନବରଙ୍ଗପୁର ନିଜ ବକ୍ତବ୍ୟରେ ୨ ବର୍ଷରେ ସରକାରଙ୍କ ବିଭିନ୍ନ ଯୋଜନା ଜିଲ୍ଲାର ବିକାଶ ରେ କିଭଳି ଭୂମିକା ରହିଛି ଏବଂ ଏହି ଉପଲବ୍ଧିକୁ ଜନ ସାଧାରଣ ଙ୍କ ପାଖରେ ପହଞ୍ଚାଇବା ଓ ସଚେତନ କରିବା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ।”ବିକାଶ ର ଧାରା, ଓଡ଼ିଶା ସାରା” ଶୀର୍ଷକ କାର୍ଯ୍ୟକ୍ରମ ଜିଲ୍ଲା ସ୍ତରରେ ଆସନ୍ତା ୨୦/ ୬/୨୦୨୬ ରୁ ୨୨/୬/୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଜିଲ୍ଲା ସ୍ତରରେ ୩ ଦିନିଆ ପ୍ରଦର୍ଶନୀ, “ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ” ଉପରେ ଆଲୋଚନା ଚକ୍ର ,ପ୍ରକଳ୍ପ ପରିଦର୍ଶନ, ଆକାଂକ୍ଷି ଜିଲ୍ଲା ଏବଂ ବ୍ଲକ ସଫଲତା, ଜୈବିକ କୃଷି ଉପରେ କର୍ମଶାଳା,ବ୍ଲକ୍ ସ୍ତରରେ ୭ ଦିନିଆ କାର୍ଯ୍ୟକ୍ରମ ଆସନ୍ତା ୧୬/୬/୨୦୨୬ ରୁ ୨୩/୬/୨୦୨୬ ପର୍ଯ୍ୟନ୍ତ ୧୦ ଟି ବ୍ଲକରେ ପ୍ରଦର୍ଶନୀ ଏବଂ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳ ବିକାଶ ଓ ଭିତ୍ତିଭୂମି ର ପ୍ରଦର୍ଶନୀ, ଜନ ଜାତି ସମ୍ବାଦ,ପ୍ରାକୃତିକ କୃଷି ସମ୍ବନ୍ଧିୟ କୃଷକ ସମ୍ବାଦ କର୍ମଶାଳା, ଖେତ ବଚାଓ ଅଭିଯାନ,ସ୍ୱାବଲମ୍ବୀ ଯୁବା,ଆୟୁଷ୍ମାନ ବାୟୋ ବନ୍ଦନା,ବିଭିନ୍ନ ବିଭାଗୀୟ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ ଏବଂ ସେଭଳି ଗ୍ରାମ ପଞ୍ଚାୟତ ସ୍ତରରେ ୧ ଦିନ ଅନୁଷ୍ଠିତ ହେବ ।ପଞ୍ଚାୟତ ସ୍ତରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା,ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା,ସୁଭଦ୍ରା ଶକ୍ତି ସମାବେଶ ଏବଂ ବିଭିନ୍ନ ଯୋଜନାର ହିତାଧୀକାରୀ ମାନଙ୍କୁ ସହାୟତା ପ୍ରଦାନ କରାଯିବ। ସରକାରୀ ଯୋଜନାର ଲାଭ,ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ପୁସ୍ତିକା ଏବଂ ସୁଚନା ସାମଗ୍ରୀ ଜନ ସାଧାରଣଙ୍କ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବଣ୍ଟନ କରାଯିବ। ଜିଲ୍ଲାପାଳ ସମସ୍ତ ଉପସ୍ଥିତ ଅଧିକାରୀଙ୍କୁ ଏହାର ସଫଳ ରୂପାୟନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।ଆଜିର ବୈଠକ ରେ ସମସ୍ତ ବିଭାଗୀୟ ଅଧିକାରୀ ଓ ବି ଡି ଓ ମାନେ ଉପସ୍ଥିତ ଥିଲେ

