ସମ୍ବଲପୁର,19//6,(ଉତ୍କଳ ସମାଚାର),(ସରୋଜ ସାହୁ):ଓଡ଼ିଶା ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସମ୍ବଲପୁର ଜିଲ୍ଲାରେ ତପସ୍ଵିନୀ ପ୍ରେକ୍ଷାଳୟଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ବିକାଶର ଧାରା, ଓଡ଼ିଶା ସାରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ଯାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ବିଧ।ୟକ, ଜୟନାରାୟଣ ମିଶ୍ର, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ନାଉରୀ ନାୟକ , ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏସ.ଏ), ଙ୍କ ସମେତ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ସୁଭଦ୍ରା ମା’, ଅଙ୍ଗନୱାଡ଼ି କର୍ମୀ, ମହିଳା ସ୍ୱେଚ୍ଛାସେବୀ, ଆଶା କର୍ମୀ, ବିଭିନ୍ନ ହିତାଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି ସମାରୋହ ରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ହିତାଧିକାରୀଙ୍କୁ ସହାୟତା ରାଶି /ଉପକରଣ ବଣ୍ଟନ ମଧ୍ୟ କରାଯାଇଥିଲା ।ପରିଷେଶରେ ସିଡ଼ିଓ ତଥା ଇଓ ପ୍ରସନ୍ନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

