ନବରଙ୍ଗପୁର:19//6,(ଉତ୍କଳ ସମାଚାର) ନରସିଂବାଘ .ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପୁଜାରୀଗୁଡା ପଞ୍ଚାୟତର ବୁଟିପଦର ଗ୍ରାମରେ ମା’ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଗ୍ରାମବାସୀଙ୍କ ବ୍ୟାପକ ସହଯୋଗ ଓ ଉତ୍ସାହ ଦେଖିବାକୁ ମିଳିଥିଲା।ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ପୂଜକ ଅର୍ଜୁନ ପୁଜାରୀ ବିଶେଷ ଭୂମିକା ଗ୍ରହଣ କରିଥିବାବେଳେ, ନନ୍ଦିନୀ ଟିଭି ଜିଲ୍ଲା ପ୍ରତିନିଧି ସହ ପରିବାର ଯୋଗ ଦେଇ ମନ୍ଦିରକୁ ଗଣ୍ଟ ପ୍ରଧାନ କରିଥିଲେ l ଓ ବୁଟିପଦର ଗ୍ରାମର ମା’ ଧରଣୀ ଯୁବକ ସଂଘର ସଦସ୍ୟମାନେ ମଧ୍ୟ ସକ୍ରିୟ ସହଯୋଗ କରିଥିଲେ।ପ୍ରତିଷ୍ଠା ଉତ୍ସବ ଅବସରରେ ରାତ୍ରି ସମୟରେ ଗ୍ରାମବାସୀ ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏକ ଆକର୍ଷଣୀୟ ଦେଶିଆ ନାଟକର ଆୟୋଜନ କରାଯାଇଥିଲା। ନାଟକଟିକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିବା ସହ କଳାକାରମାନଙ୍କ ଅଭିନୟକୁ ପ୍ରଶଂସା କରିଥିଲେ।ଏହି ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବୁଟିପଦର ଗ୍ରାମରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା ଏବଂ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ଏକତାର ବାର୍ତ୍ତା ପ୍ରସାର କରିଥିଲା।

