ନବରଙ୍ଗପୁର:20//6.(ଉତ୍କଳ ସମାଚାର)ରାଜ୍ୟରେ ଲୋକଙ୍କ ସରକାରଙ୍କର ସଫଳତାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ଡାବୁଗାଁ ବ୍ଲକ ଠାରେ ଆୟୋଜିତ ବ୍ଲକ ସ୍ତରୀୟ ସମ୍ମିଳନୀରେ ମାନ୍ୟବର ଜିଲ୍ଲା ଯୋଜନା ବଡ଼ ଅଧ୍ୟକ୍ଷା ତଥା ନବରଙ୍ଗପୁର ବିଧାୟିକା ଗୌରୀ ଶଙ୍କର ମାଝୀ ଏବଂ ଡାବୁଗାଁ ବିଧାୟକ ଶ୍ରୀ ମୋନହର ରନ୍ଧାରୀ ଯୋଗଦେଇଥିଲେ ଲ ଏହି ଅବସରରେ ଡବଲ ଇଞ୍ଜିନ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଶିଳ୍ପାୟନ ଓ ନିଯୁକ୍ତି ଆଦି କ୍ଷେତ୍ରରେ ରାଜ୍ୟ ତଥା ଜିଲ୍ଲା ଏବଂ ବ୍ଲକ ଗୁଡିକର ବିକାଶ ପାଇଁ ନିଆଯାଇଥିବା ଅନେକ ଲୋକାଭିମୁଖୀ ପଦକ୍ଷେପ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଥିଲା l ଏହା ସହିତ କୃଷିର ବିକାଶ, ମହିଳା ସଶକ୍ତୀକରଣ, ପର୍ଯ୍ୟଟନର ପ୍ରସାର ଏବଂ ସାମାଜିକ ସୁରକ୍ଷାକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା କଥା ଉଲ୍ଲେଖ କଲେ ଯୋଜନା ବଡ଼ ଅଧକ୍ଷ ଶ୍ରୀ ମାଝୀ। ବିଗତ ଦୁଇ ବର୍ଷର ଏହି ସଫଳ ଯାତ୍ରା କେବଳ ବିକାଶର ଚିତ୍ର ନୁହେଁ, ବରଂ ଜନବିଶ୍ୱାସ ଓ ଜନଭାଗିଦାରୀର ପ୍ରତିଫଳନ ଅଟେ l ଆଗାମୀ ଦିନରେ ମଧ୍ୟ ଆମ ଜିଲ୍ଲା ସମେତ ସମଗ୍ର ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ଆମର ଏହି ପ୍ରୟାସ ନିରନ୍ତର ଜାରି ରହିବ ବୋଲି ସେ କହିଥିଲେ । ଏହି ଅବସରରେ ଡାବୁଗାଁ ବିଡ଼ିଓ ସମୀର ପାତ୍ର ଏବଂ ବ୍ଲକ ସ୍ତରୀୟ କର୍ମଚାରୀଙ୍କ ଉପସ୍ଥିତି ରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ରାସନ କାର୍ଡ, ଆୟୁଷ୍ମାନ କାର୍ଡ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ, ଅଙ୍ଗନବାଡି କର୍ମୀମାନଙ୍କୁ ସ୍ମାର୍ଟ ଫୋନ, ଏବଂ ବରିଷ୍ଠ, ଦିବ୍ୟାଙ୍ଗ ଓ ବି inଧବା5ଙ୍କୁ ଭତ୍ତା ବଣ୍ଟନ କଲେ l ଏଥିସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ତାଲିମପ୍ରାପ୍ତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନକରାଗଲା।

