ରାଉରକେଲା ୨୦/୬, ୨୦୨୬:(ଉତ୍କଳ ସମାଚାର) ଜୁନ୍ ୧୬ ତାରିଖରେ ସେକ୍ଟର-୭ ଥାନା ଅନ୍ତର୍ଗତ ସେକ୍ଟର-୬ର ତୋଫାନ ବିନ୍ଧାଣୀଙ୍କ ହତ୍ୟା ମାମଲାରେ ଆଜି ସକାଳେ ରାଉରକେଲା ପୋଲିସ୍ ଦୁଇଜଣ ଅପରାଧୀଙ୍କୁ ଏନକାଉଣ୍ଟର କରିବା ସହିତ ୫ ଅପରାଧିଙ୍କୁ ଗିରଫ୍ କରିଛି। ଝିରପାଣିରେ ପୋଲିସର ଏନକାଉଣ୍ଟରରେ ଦୁଇ ଅପରାଧି ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ ପୂର୍ବ ବିବାଦ ଯୋଗୁଁ ଅଭିଯୁକ୍ତଙ୍କ ଏକ ଗୋଷ୍ଠୀ ସେକ୍ଟର-୬ ଅନ୍ତର୍ଗତ ରାମେଶ୍ୱରପାଲିର ତୋଫାନ ବିନ୍ଧାଣୀଙ୍କ ସମେତ ତାଙ୍କ ସହଯୋଗୀମାନଙ୍କୁ ମାରାତ୍ମକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଆକ୍ରମଣରେ ଆହତ ହୋଇଥିବା ତୋଫାନ ବିନ୍ଧାଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ପୋଲିସ୍ ତଦନ୍ତ ସମୟରେ, ରାଉରକେଲା ପୋଲିସ ଝିରପାଣି ଅଞ୍ଚଳରେ ଅଭିଯୁକ୍ତଙ୍କ ଗତିବିଧି ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ସୂଚନାକୁ ଆଧାର କରି, ଆଜି ଜୁନ୍ ୨୦ ତାରିଖ ପ୍ରତ୍ୟୁଷରେ ରାଉରକେଲା ପୋଲିସ୍ ପକ୍ଷରୁ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ପୋଲିସର ଅପରେସନ ସମୟରେ, ଅଭିଯୁକ୍ତମାନେ ପୋଲିସ ଦଳ ଉପରେ ଗୁଳି ଚଳାଇଥିଲେ। ପରେ ପୋଲିସ ଆତ୍ମରକ୍ଷା ପାଇଁ ପ୍ରତିଶୋଧ ନେଇଥିଲା। ଗୁଳି ବିନିମୟ ସମୟରେ ଦୁଇ ଅଭିଯୁକ୍ତ ଆହତ ହୋଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ରାଉରକେଲା ସରକାରୀ ହସ୍ପିଟାଲକୁ ଡାକ୍ତରୀ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ପଚରାଉଚରା ଆଧାରରେ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ସେକ୍ଟର-୭ ଥାନା ଅନ୍ତର୍ଗତ ସେକ୍ଟର-୫ ଗୋଲଘରର ସୁଶାନ୍ତ ନାୟକ ଓରଫ୍ ଲଣ୍ଡା ବାବୁ (୩୦) ଏନକାଉଣ୍ଟରରେ ଆହତ ହୋଇ ଆରଜିଏଚରେ ଚିକିତ୍ସାଧିନ, ରାଉରକେଲା ସେକ୍ଟର-୭ ଥାନା ଅଧିନସ୍ଥ ସେକ୍ଟର-୬ ନାରାୟଣପାଲ୍ଲୀର ଚିନୁ ହରିପ୍ପା (୨୩) ଏନକାଉଣ୍ଟରରେ ଆହତ ହୋଇ ଆରଜିଏଚରେ ଚିକିତ୍ସାଧିନ, ରାଉରକେଲା ସେକ୍ଟର-୭ ଥାନା ଅଧିନସ୍ଥ ସେକ୍ଟର-୫ କବିସମ୍ରାଟପାଲ୍ଲୀର ରୋହିତ ମୁଖୀ (୩୨), ସେକ୍ଟର-୭ ଥାନା ଅଧିନସ୍ଥ ସେକ୍ଟର-୫ ଗୋଲଘର ଗଞ୍ଜାମପାଲ୍ଲୀ ବସ୍ତିର ରୋହିତ ହରିପ୍ପା (୨୩), ରାଉରକେଲା ଝିରପାଣି ନିକଟ ପମ୍ପ ହାଉସ୍ ବସ୍ତିର ବାସିନ୍ଦା ହୋଇଥିଲା ବେଳେ ବର୍ତ୍ତମାନ ସେକ୍ଟର-୭ ଥାନା ଅନ୍ତର୍ଗତ ସେକ୍ଟର-୭, ଭିଏସ୍ଏସପାଲ୍ଲୀର ଜନସନ୍ ନାଗ (୨୬)। ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଫୌଜଦାରୀ ମାମଲା ରହିଛି। ସେଥିମଧ୍ୟରୁ ସୁଶାନ୍ତ ନାୟକ ଓରଫ୍ ଲଣ୍ଡା ବାବୁ ନାମରେ ୨୦୧୬ରେ ସେକ୍ଟର-୭ ଥାନାରେ ୩ଟି ମାମଲା, ଅଭିଯୁକ୍ତ ରୋହିତ ମୁଖି ନାମରେ ସେକ୍ଟର-୩ ଥାନାରେ ୨୦୧୬ ଏବଂ ୨୦୨୨ରେ ଦୁଇଟି ମାମଲା, ଅଭିଯୁକ୍ତ ରୋହିତ ହରିପା ନାମରେ ସେକ୍ଟର-୭ ଥାନାରେ ଗୋଟିଏ, ଅଭିଯୁକ୍ତ ଜନସନ୍ ନାଗ୍ ନାମରେ ଝିରପାଣି ଥାନାରେ ୨୦୧୯ରେ ଗୋଟିଏ ମାମଲା ଥିଲାବେଳେ ରୋହିତ ହରିପ୍ପା ନାମରେ ତଦନ୍ତ ଜାରି ରହିଛି ବୋଲି ବୋଲି ଆଜି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ।ରାଉରକେଲା ପୋଲିସ ପକ୍ଷରୁ ଅପରାଧିଙ୍କ ନିକଟରୁ ଗୋଟିଏ ଦେଶୀ ନିର୍ମିତ ପିସ୍ତଲ, ଗୋଟିଏ ମ୍ଯାଗାଜିନ୍, ଗୋଟିଏ ଜୀବନ୍ତ କାର୍ଟିଜ, ଦୁଇଟି ଖାଲି କାର୍ଟିଜ କେସ୍, ଦୁଇଟି ଟାଙ୍ଗିଆ/କୁରାଢ଼ି ଅପରାଧର ସନ୍ଦେହଜନକ ଅସ୍ତ୍ର, ଗୋଟିଏ ଫାର୍ସା ଅପରାଧର ସନ୍ଦେହଜନକ ଅସ୍ତ୍ର, ଦୁଇଟି ସ୍ମାର୍ଟଫୋନ୍, ଗୋଟିଏ କିପ୍ୟାଡ୍ ମୋବାଇଲ୍ ଫୋନ୍ ଜବତ୍ କରାଯାଇଛି। ରାଉରକେଲା ପୋଲିସ୍ ପକ୍ଷରୁ ଅନ୍ଯାନ୍ଯ ଅପରାଧିଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି । ୫ ଅଭିଯୁକ୍ତଙ୍କ ବିରୁଦ୍ଧରେ ସେକ୍ଟର-୦୭ ପିଏସ୍ କେସ୍ ନମ୍ବର ୬୨ ତା୧୫.୦୫.୨୦୧୬ରିଖ କ୍ଟର-୦୭ ପି.ଏସ୍. ମାମଲା ନଂ. ୧୪୫ ତାରିଖ ୧୬.୦୬.୨୦୨୬ ଧାରା ୧୨୬(୨)/୧୦୩(୧)/୧୦୯(୧)/୧୧୮(୧)/୩(୫) ବିଏନ୍ଏସର ବିଭିନ୍ନ ଧାରାରେ କୋର୍ଟ ଚାଲାଣ କରାଯାଇଛି।


