ନବରଙ୍ଗପୁର:21//6,(ଉତ୍କଳ ସମାଚାର) ଆଜି ସ୍ଥାନୀୟ ପୋଲିସ ପଡିଆ ଠାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ୨୩ତମ କିସ୍ତି ପାଇଁ ନବରଙ୍ଗପୁର ଜିଲ୍ଲାର ସମସ୍ତ ୧୦ଟି ବ୍ଲକରେ ମୋଟ ୧,୦୬,୪୬୪ ଜଣ ଚାଷୀ ହିତାଧିକାରୀଙ୍କୁ କିସ୍ତି ପ୍ରଦାନ କରାଯାଇଛି।ଚନ୍ଦାହାଣ୍ଡି ବ୍ଲକ୍ ରେ୧୨,୧୨୭ ଜଣ, ଡାବୁଗାଁ ରେ ୬,୮୬୧ ଜଣ ଝରି ଗାଁ ରେ ୧୩,୮୫୮ ଜଣକୋଷାଗୁମୁଡା ରେ ୧୭,୨୮୧ ଜଣ,ନବରଙ୍ଗପୁର ବ୍ଲକ୍ ରେ ୭,୮୨୦ ଜଣ,ନନ୍ଦାହାଣ୍ଡି ବ୍ଲକରେ ୪,୮୯୭ ଜଣ,ପାପଡାହାଣ୍ଡି ବ୍ଲକରେ ୯,୦୭୯ ଜଣରାଇଘର ବ୍ଲକରେ ୧୩,୯୮୨ ଜଣ,ତେନ୍ତୁଳିଖୁଣ୍ଟି ବ୍ଲକର ୬,୧୬ ଜଣ,ଉମରକୋଟ ବ୍ଲକରେ ୧୪,୩୯୩ ଜଣଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରେ କିସ୍ତି ଅର୍ଥ ଜମା ହୋଇଛି।ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରାଗଲା l ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ନବରଙ୍ଗପୁର ବଳଭଦ୍ର ମାଝୀ, ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ନବରଙ୍ଗପୁର ଡ଼ ମହେଶ୍ୱର ସ୍ୱାଇଁ ଙ୍କ ସମେତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନବରଙ୍ଗପୁର ଉପସ୍ଥିତ ଥିବା ବେଳେ ଜିଲ୍ଲା ର ୧୨୦ ଜଣ ଚାଷୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

