ରାଜଗାଙ୍ଗପୁର 21/6/26,(ଉତ୍କଳ ସମାଚାର)(ସୁବାଷ ବେହେରା)ରାଜଗାଙ୍ଗପୁର ମୁଖ୍ୟ ମାର୍ଗ ରେ ଏକ୍ସସିସ ବ୍ୟାଙ୍କ ନିକଟରେ ଥିବା ଗଣେଶ ଜେନେରାଲ ଷ୍ଟୋର ଉପରେ ଆଜି ସୁନ୍ଦରଗଡ଼ ଓ ରାଉରକେଲା ଡ୍ରଗ ଇନ୍ସପେକ୍ଟର ଏବଂ ପୋଲିସ ମିଳିତ ଚଢଉ କରିଥିଵା ଜଣା ଯାଇଛି । ଅଧିକାରୀମାନେ ଦୋକାନ ରୁ ବେଆଇନ ରେ ବିକ୍ରି କରୁଥିବା ଔଷଧ ଓ କ୍ରିମ ଜବତ କରିବା ସହ ଦୋକାନୀ ଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣା ପଡିଛିସୂଚନା ହସ୍ତଗତ ହୋଇଛି ଯେବିନା ଡ୍ରଗ ଲାଇସେନ୍ସ ରେ ଜେନେରାଲ ଷ୍ଟୋର ରେ ଔଷଧ ବା ଔଷଧୀୟ କ୍ରିମ ବିକ୍ରି କରିବା ବେଆଇନ ହୋଇଥିବା ବେଳେ କିଛି ଦୋକାନୀ ନିୟମ ଉଲ୍ଲଙ୍ଘନ କରି ଔଷଧ ଅବା ତଦସମ୍ୱନ୍ଧୀୟ କ୍ରିମ ବିକ୍ରି ନେଇ ଅଭିଯୋଗ ପରେ ଆଜି ରାଉରକେଲା ଓ ସୁନ୍ଦରଗଡ଼ ଡ୍ରଗ ଇନ୍ସପେକ୍ଟର ରାଜଗାଙ୍ଗପୁର ପୋଲିସ ସହାୟତା ରେ ଏକ୍ସସିସ ବ୍ୟାଙ୍କ ନିକଟରେ ଥିବା ଗଣେଶ ଜେନେରାଲ ଷ୍ଟୋରରେ ଚଢଉ କରି ନିର୍ଦ୍ଧିଷ୍ଟ କମ୍ପାନୀର ଔଷଧ ବଟିକା , କ୍ରିମ ଜବତ କରିବା ସହ ଆଇନ ଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଥିବା ଜଣାଯାଇଛି ।

