ରାଉରକେଲା:21//6,(ଉତ୍କଳ ସମାଚାର) ସେକ୍ଟର ୨୦ସ୍ଥିତ ନେହେରୁପାଲୀ ଠାରେ ଶିବ ପରିବାର ସ୍ବୟଂ ସହାୟକ ଗୋଷ୍ଠୀ ର ପିଡିଏସ ଦୋକାନରେ ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ର ହିତାଧିକାରୀ ମାନଙ୍କୁ ନୂତନ କାର୍ଡ ବଣ୍ଟନ କରାଯାଇଥିଲା। ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲାବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଦିଲିପ ରାୟଙ୍କ ପ୍ରତିନିଧି ରଞ୍ଜିତ ନାୟକ, ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ଜ୍ୟୋତ୍ସାରାଣୀ କର୍ଣ୍ଣ, ସହକାରୀ ଯୋଗାଣ ଅଧିକାରୀ ମଙ୍ଗଲ ସିଂ,ଯୋଗାଣ ନୀରିକ୍ଷକ ନିହାର ରଞ୍ଜନ ମହାପାତ୍ର,ଅନୁସୂୟା ନାୟକ, ରାଉରକେଲା ସରକାରୀ ଖୁଚୁରା ଦୋକାନୀ ସଂଘର ସାଧାରଣ ସମ୍ପାଦକ ଦତ୍ତହରି ସାମଲ, ବିଜେପି ନିର୍ମଳ ମୁଣ୍ଡା ମଣ୍ଡଳର ସଭାନେତ୍ରୀ ରଞ୍ଜିତା କିସପୋଟା, ବିଧାୟକ ପ୍ରତିନିଧି ସନ୍ତୋଷ ବିରାଟ,ଅଜୟ କଂସାରୀ, ମନୋଜ ପଟ୍ଟନାୟକ,ଦୀପକ ସାହୁ, ପ୍ରଶାନ୍ତ ନାୟକ, ପ୍ରଦୀପ ଜେନା, ପ୍ରଶାନ୍ତ ଦାସ, ଅଶୋକ ଜୟସିଂହ,ସୁଦିପ୍ତା ଦାସ, ମିଶ୍ର ଖଟାଲ ର ସଭାପତି ରମେଶ ଯାଦବ, ଅମୂଲ୍ୟ ରାଉତ, ସ୍ବୟଂ ସହାୟକ ଗୋଷ୍ଠୀର ଜାନକୀ ଦେବୀ, ସଭାନେତ୍ରୀ ରୁକସନା ବେଗମ୍, ରୀତା ମହାପାତ୍ର,ଶିବ କୁମାରୀ, ସୁକାନ୍ତି କୁମ୍ଭାର, ଲକ୍ଷ୍ମୀ ପଣ୍ଡା, ଅର୍ଚ୍ଚନା ମଣ୍ଡଳ, ରୀତା ଘୋଷ,ନିର୍ମଳା ଦେବୀ,ଜ୍ଞାନ୍ତି ଦେବୀ, ସାବିତ୍ରୀ ନାୟକ,ଡିଲର ମହାସଂଘର କୋଷାଧ୍ୟକ୍ଷ କରୁଣାକର ପ୍ରହରାଜ,ଏକତା କ୍ଲଷ୍ଟର ର କୋଷାଧ୍ୟକ୍ଷ ପ୍ରମୋଦିନୀ ଦାସଙ୍କ ସହିତ ହିତାଧିକାରୀ ମାନେ ଯୋଗଦେଇଥିଲେ। ଶେଷରେ ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦକ ଲିଲିମା ଜୟସିଂହ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଦେଇଥିବା ଅତିରିକ୍ତ ୫ କେଜି ଅର୍ଥାତ୍ ୧୦ କେଜି ଚାଉଳ ହିତାଧିକାରୀଂକୁ ମିଳୁ ଥିବାରୁ ଏଥିରେ ସେମାନଙ୍କ ପରିବାର ପ୍ରତିପୋଷଣ ସହଜରେ ହୋଇପାରିବ ବୋଲି କହି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ହିତାଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନାର ଭୁରି ଭୁରି ପ୍ରଶଂସା କରିଥିଲେ।

