ରାଉରକେଲା,21/6/2026 :(ଉତ୍କଳ ସମାଚାର) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ଆଜି ସ୍ଥାନୀୟ ସେକ୍ଟର – 7 ସ୍ଥିତ ଦିବ୍ୟାଜୀବନ ସଙ୍ଘ ପରିସରରେ ପାଳିତ ହୋଇଯାଇଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକଙ୍କ ନିର୍ଦେଶରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ଉପ-ପରିବେଶ ଯନ୍ତ୍ରୀ ଇଂ. ରମଣୀରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଦିବସ ପାଳନ ର ତତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ l ବିଭାଗୀୟ ଉପ-ପରିବେଶ ଯନ୍ତ୍ରୀ ଇଂ. ଚନ୍ଦ୍ରଶେଖର ଚୌହାନ, ରଜତ କୁମାର ସେଠି, ୱାଇଏମ୍ଏଫ୍ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ସମେତ ବୋର୍ଡର କର୍ମଚାରୀ ବୃନ୍ଦ, ସ୍ବେଚ୍ଛାସେବୀ ମାନେ ଯୋଗଦେଇ ଉତ୍ସାହର ସହ ଯୋଗାଭ୍ୟାସ କରିଥିଲେ । ଯୋଗ ଦ୍ୱାରା ହେଉଥିବା ଉପକାର ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଯୋଗ, ବ୍ୟାୟାମ, ଧ୍ୟାନ ଏବଂ ପ୍ରାଣାୟମ ଆମ ଶରୀର ତଥା ମନକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ । ପ୍ରାଚୀନକାଳରୁ ଭାରତୀୟ ପରମ୍ପରାରେ ଏହା ଜୀବନଶୈଳୀର ଏକ ଅଂଶବିଶେଷ ହୋଇଆସିଛି । ଯୋଗ ପ୍ରଶିକ୍ଷକ ଅଲେଖ ମହାରଣା ଓ ପର୍ଶୁରାମ ମଲ୍ଲିକ ଯୋଗର ବିଭିନ୍ନ ଅଭ୍ୟାସ ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିବା ସହ ଯୋଗ ଶିବିର ପରିଚାଳନା କରିଥିଲେ । ପ୍ରାରମ୍ଭରେ ସଂଘର ସଭାପତି ଅର୍ଧେନ୍ଦୁ ଶେଖର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସେକ୍ରେଟାରୀ ତ୍ରିଲୋଚନ ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

