ସୁନ୍ଦରଗଡ଼,23//6,(ଉତ୍କଳ ସମାଚାର)ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ୨୨/୦୬/୨୬:ସୋମବାର(ଉତ୍କଳ ସମାଚାର)ସୁବାଷ ବେହେରା : /ରାଜଗାଙ୍ଗପୁର ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜନ ଶୁଣାଣି ପ୍ରାୟ ୨ ଦୁଇ ଘଣ୍ଟା ବିଳମ୍ବରେ ହୋଇଥିବାରୁ ଅଭିଯୋଗ କରି ଜନସାଧାରଣ ଭୀଷଣ ଗରମ ଯୋଗୁ ହନ୍ତ ଶାନ୍ତ ହୋଇଥିବାର ଲୋକ ଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ବିଡ଼ିଓ ଙ୍କ ଏଭଳି ଆୟୋଜନ କୁ ସାଧାରଣ ରେ ନିନ୍ଦା କରିଥିବା ଜଣା ପଡିଛି : ଏଥିରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତ ପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।ଆଜି ମୋଟ ୧୨୫ ଗୋଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୫୦ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୬୭ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ ୯ ଗୋଟି ଅଭିଯୋଗ ର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। ସେହିଭଳି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ୮ ଗୋଟି ଆବେଦନ ରହିଥିଲା।ଆଜିର ଏହି ଅଭିଯୋଗ ଶୁଣାଣି ରେ ମାନ୍ୟବର ବିଧାୟକ, ରାଜଗାଙ୍ଗପୁର ଡ଼ା ସି ଏସ ରାଜେନ ଏକ୍କା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ତଥା ତହସିଲଦାର ଜଗବନ୍ଧୁ ମଲ୍ଲିକ,ବିଡ଼ିଓ ଅଖୟା ବାଗ,ଆଇନଶୃଙ୍ଖଳା କୁ ଦୁଷ୍ଟି ରେ ରଖି ସଡିପିଓ ବିଭୁତି ଭୂଷଣ ଭୋଇ,ଥାନା ଅଧିକାରୀ ବିଜୟ କେଶରୀ ଦାସ,ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
