ରାଉରକେଲା ୧/୭,(ଉତ୍କଳ ସମାଚାର) ବନ୍ଧମୁଣ୍ଡା ଶୀତଳ ନଗରରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଉଚ୍ଛେଦ କାର୍ଯ୍ଯ ଚାଲିଥିବା ବେଳେ, ସେଠାରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଦୋକାନୀମାନେ ଏହାକୁ ବିରୋଧ କରିବା ସହିତ ଥଇଥାନ ଦାବି କରିଛନ୍ତି। ବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଶୀତଳ ନଗରର ପ୍ରାୟ ୨୨ ଜଣ ଦୋକାନୀ, ଗତ ୩୦-୪୦ ବର୍ଷ ଧରି ନିଜ ନିଜ ଦୋକାନ ମାଧ୍ୟମରେ ଜୀବିକା ନିର୍ବାହ କରିଆସୁଛନ୍ତି। ପରିବାରର ଭରଣପୋଷଣ ପାଇଁ ଦୋକାନ ଉପରେ ହିଁ ନିର୍ଭର କରିଥାନ୍ତି। ୨୦୨୬ ଜୁନ୍ ୨୮ ତାରିଖରେ ରାଉରକେଲା ଇସ୍ପାତ କାରଖାନା (RSP)ର କେତେକ କର୍ମଚାରୀ କୌଣସି ପୂର୍ବ ସୂଚନା ନଦେଇ କିମ୍ବା ଲିଖିତ ନୋଟିସ ନଦେଇ ଦୋକାନଗୁଡ଼ିକୁ ହଟାଇବା କିମ୍ବା ଭାଙ୍ଗିବା ବିଷୟରେ କହିଥିଲେ । ଏହା ଫଳରେ ସମସ୍ତ ଦୋକାନୀ ଏବଂ ସେମାନଙ୍କ ପରିବାର ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ସେମାନେ ବିକାଶ କାର୍ଯ୍ୟର ବିରୋଧୀ ନୁହେଁ ଏବଂ କୌଣସି ସରକାରୀ ପ୍ରକଳ୍ପରେ ବାଧା ସୃଷ୍ଟି କରିବାକୁ ଚାହୁଁନାହାନ୍ତି। ସେମାନେ ଅନୁରୋଧ କରିଛନ୍ତି ଯେ ଦୋକାନ ହଟାଇବା ପୂର୍ବରୁ ସମସ୍ତ ପ୍ରଭାବିତ ଦୋକାନୀଙ୍କ ପାଇଁ ଉଚିତ ଥଇଥାନ କରାଯିବା ସହିତ ନ୍ୟାୟ ଦାବି କରିଛନ୍ତି।ଦୋକାନୀମାନଙ୍କ ମଧ୍ଯରେ ରହିଛନ୍ତି ସୁମନ୍ତ କୁମାର ପାତ୍ର, ବିନୋଦ କୁମାର ଶର୍ମା, ଅମୀୟ କୁମାର ପରିଡା, ରାମ ଅବତାର ଶର୍ମା, ରାମ ପ୍ରକାଶ ଶର୍ମା, ମିଥଲେଶ ଭଗତ, କେ ପଟେଲ, ରବୀନ୍ଦ୍ର କୁମାର ପାତ୍ର, ବୀରେନ୍ଦ୍ର ଭଗତ, ମହେଶ ଏକ୍କା, ବିଷ୍ଣୁ ଏକ୍କା, ବ୍ରହ୍ମା ଏକ୍କା, ବି ଏନ୍ ପ୍ରସାଦ, ମନୋଜ କୁମାର ଶର୍ମା, ଶୁକ୍ରା ଓରାମ, ଅରବିନ୍ଦ ମାହାତୋ, ସମସାଦ ଖାନ୍, ସେରୁ ଶର୍ମା, ପୂଜା ଶର୍ମା, ବିଜୟ କୁମାର ପଣ୍ଡା, ସି ଏଚ୍ ଲକ୍ଷ୍ମୀ, ସନ୍ତୋଷ ସ୍ବାଇଁ, ସୁଷମା ତିର୍କୀ, ଚରକୁ ଓରାମ ପ୍ରମୁଖ ।

