ରାଉରକେଲା ୧/୭,(ଉତ୍କଳ ସମାଚାର) ମଧୁବୈଶ ବୈଶ୍ୟ (ଗୁଡ଼ିଆ) ସମାଜର ଦ୍ବାଦଶ ବାର୍ଷିକ ସାଧାରଣ ପରିଷଦ ବୈଠକ ତଥା ପଞ୍ଚମ ପର୍ଯ୍ୟାୟ କାର୍ଯ୍ୟକାରିଣୀ ପରିଷଦ ନିର୍ବାଚନ ୨୦୨୬ ଜୁନ ୨୮ ତାରିଖ ଦିନ ସେକ୍ଟର-୯ ସ୍ଥିତ ସମାଜର ନିର୍ମାଣଧୀନ ଗଣେଶ ମନ୍ଦିର ପରିସରରେ ସଭାପତି ଧର୍ମାନନ୍ଦ ପୃଷ୍ଟିଙ୍କ ଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମାଜର ମୁଖ୍ୟ ଉପଦେଷ୍ଟା ଭୀମସେନ ସାହୁ ବୈଠକର ଆଭିମୁଖ୍ଯ ସମ୍ବନ୍ଧରେ ବିଶଦ ଆଲୋଚନା କରିଥିଲେ I ସାଧାରଣ ସଂପାଦକ ଦିଲିପ କୁମାର ସାହୁ ବିଗତ ତିନି ବର୍ଷରେ ସମ୍ପାଦିତ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ଆର୍ଥିକ ରିପୋର୍ଟ ପ୍ରଦାନ କରାଯାଇଥିବା। I ଆଗାମୀ ୨୦୨୬-୨୯ ବର୍ଷ ନିମନ୍ତେ ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ପାଇଁ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା I ବର୍ତ୍ତମାନ କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ଅବଧି ପୂର୍ଣ୍ଣ ହୋଇସାରିଥିବା ଦୃଷ୍ଟିରୁ ନୂତନ କମିଟି ଗଠନ ନିହାତି ଓ ପରିହାର୍ଯ୍ୟ ବୋଲି ଶ୍ରୀ ସାହୁ ମତ ପୋଷଣ କରିଥିଲେ I କୋଷାଧ୍ଯକ୍ଷ ମନୋରଞ୍ଜନ ସାହୁ ୨୦୨୩-୨୪, ୨୦୨୪-୨୫, ୨୦୨୫-୨୬ ଆର୍ଥିକ ବର୍ଷର ଆୟ ବ୍ୟୟ ସମ୍ବନ୍ଧରେ ପୂର୍ଣ୍ଣାଙ୍ଗ ବିବରଣୀ ପ୍ରଦାନ କରିଥିଲେ I ସଭାପତିଙ୍କ ପରାମର୍ଶ କ୍ରମେ ପୁରାତନ କମିଟିକୁ ଭଙ୍ଗ କରାଯାଇ ନୂତନ କମିଟି ଗଠନ କରିବାକୁ ଆହ୍ବାନ ଦିଆଯାଇଥିଲା। କାର୍ଯ୍ୟକାରିଣୀ ସଦସ୍ୟଙ୍କ ପ୍ରସ୍ତାବ ଅନୁଯାଇ ଏକ ଚୟନ କମିଟି ଗଠନ କରାଯାଇଥିଲା । ଏଥିରେ ସଦସ୍ୟ ରୂପେ ସରୋଜ କୁମାର ସାହୁ, ଈଶ୍ୱର ଚନ୍ଦ୍ର ସାହୁ, ସନ୍ତୋଷ କୁମାର ସାହୁ, ରଞ୍ଜନ କୁମାର ସାହୁ ଓ ବାସୁଦେବ ସାହୁ ପ୍ରମୁଖଙ୍କୁ ନୂତନ କାର୍ଯ୍ୟକର୍ତ୍ତା ଚୟନ ନିମନ୍ତେ ଦାୟିତ୍ବ ଦିଆଯାଇଥିଲା । ମନୋନୟନ ପ୍ରକ୍ରିୟାରେ ସେମାନଙ୍କୁ ସହଯୋଗ କରିବା ପାଇଁ ଶ୍ରୀମତୀ ହରିପ୍ରିୟା ସାହୁ, ଗଣେଶ ଚନ୍ଦ୍ର ସାହୁ ଓ କୈଳାସ ଚନ୍ଦ୍ର ସାହୁଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା I ଉପସ୍ଥିତ ସମସ୍ତ ସଦସ୍ୟ ତଥା ମୁଖ୍ୟ ଉପ ଉପଦେଷ୍ଟାଙ୍କ ସ୍ବୀକୃତି କ୍ରମେ ସମାଜର ପଞ୍ଚମ ପର୍ଯ୍ୟାୟ ସାଧାରଣ ପରିଷଦ ୨୦୨୬ରୁ ୨୦୨୯ ବର୍ଷ ପାଇଁ ନିର୍ବାଚିତ କର୍ମକର୍ତ୍ତାଙ୍କ ମଧ୍ୟରେ ସଭାପତି ଧର୍ମାନନ୍ଦ ପୃଷ୍ଟି, କାର୍ଯ୍ୟକାରୀ ସଭାପତି ପ୍ରଭାକର ସାହୁ, ଉପସଭାପତି ସରୋଜ କୁମାର ସାହୁ, ଉପସଭାପତି କୈଳାସ ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଦିଲିପ କୁମାର ସାହୁ, ସମ୍ପାଦକ ବିଶ୍ବଜିତ ପୃଷ୍ଟି, ଯୁଗ୍ମ ସମ୍ପାଦକ ଜଗବନ୍ଧୁ ସାହୁ, ଯୁଗ୍ମ ସମ୍ପାଦକ ଈଶ୍ଵର ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ମନୋରଞ୍ଜନ ସାହୁ, ସହ-କୋଷାଧ୍ୟକ୍ଷ ରୂପେ ସନ୍ତୋଷ କୁମାର ସାହୁ ନିର୍ବାଚିତ ହୋଇଥିଲେ I ଏତତ ବ୍ୟତୀତ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ଜୟନ୍ତ କୁମାର ସାହୁ, ସାରଦା ପ୍ରସନ ସାହୁ, ଗଦାଧର ସାହୁ, ପ୍ରଦୀପ କୁମାର ସାହୁ, ରବୀନ୍ଦ୍ର ନାଥ ସାହୁ, ରାଜେନ୍ଦ୍ର ନାଥ ସାହୁ, ଅଶୋକ କୁମାର ସାହୁ, ସନ୍ତୋଷ କୁମାର ସାହୁ, ରଞ୍ଜନ କୁମାର ସାହୁ ଏବଂ ଶ୍ରୀମତୀ ହରିପ୍ରିୟା ସାହୁ ପ୍ରମୁଖଙ୍କୁ ମନୋନୀତ କରାଯାଇଛି। ପୂର୍ବପରି ଭୀମସେନ ସାହୁଙ୍କୁ ସମାଜର ମୁଖ୍ୟ ଉପଦେଷ୍ଟା ଓ କ୍ଷୀରୋଦ କୁମାର ସାହୁଙ୍କୁ ସମାଜର ମୁଖ୍ୟ ପୃଷ୍ଠପୋଷକ ରୂପେ ଅବସ୍ଥାପିତ କରାଯାଇଛି। ବାର୍ଷିକ ସାଧାରଣ ପରିଷଦ ବୈଠକରେ ସମାଜର ରବୀନ୍ଦ୍ର ନାଥ ସାହୁ, ପ୍ରଫୁଲ୍ଲ କୁମାର ସାହୁ (କ), ପ୍ରଫୁଲ୍ଲ କୁମାର ସାହୁ (ଖ), ଗଣେଶ ଚନ୍ଦ୍ର ସାହୁ, ନିରୁଦ୍ଧ ସାହୁ, ପ୍ରଶାନ୍ତ କୁମାର ସାହୁ, ରଞ୍ଜନ କୁମାର ସାହୁ, ମନୋରଞ୍ଜନ ସାହୁ, ସନ୍ତୋଷ କୁମାର କୁ ସାହୁ (କ), ସନ୍ତୋଷ କୁମାର ସାହୁ (ଖ), କୈଳାସ ଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ସାହୁ (କ), ପଦ୍ମଲୋଚନ ସାହୁ, ରମେଶ ଚନ୍ଦ୍ର ସାହୁ (ଖ), ଉଦୟନାଥ ସାହୁ, ସରୋଜ କୁମାର ସାହୁ, ଶୋକ କୁମାର ସାହୁ, ବାସୁଦେବ ସାହୁ, ବିଜୟ କୁମାର ସାହୁ, ସାରଦା ପ୍ରସନ ସାହୁ, ଜୟ କୁମାର ସାହୁ, ଭୀମସେନ ସାହୁ, ସୁଦର୍ଶନ ପୃଷ୍ଟି, ବିଶ୍ବଜିତ ପୃଷ୍ଟି, ଧରଣୀଧର ସାହୁ, ଶ୍ରୀଧର ସାହୁ, ସୁଧୀର କୁମାର ସାହୁ, ସୁରେନ୍ଦ୍ର କୁମାର ସାହୁ, ହରିପ୍ରିୟା ସାହୁ, ସସ୍ମିତା ସାହୁ (କ), ସୁବାସିନୀ ସାହୁ, ବସନ୍ତ ମଞ୍ଜରୀ ସାହୁ, ସସ୍ମିତା ସାହୁ (ଖ), ରିତାଞ୍ଜଳୀ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରାକ୍ତନ କାର୍ଯକାରୀ ସଭାପତି ତଥା ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

