ସମ୍ବଲପୁର,୦୬/୦୭(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ ର ପ୍ରଚାର ପ୍ରସାର ଓ ସୁରକ୍ଷା ପାଇଁ ପଶ୍ଚିମଞ୍ଚଲ ଏକତା ମଞ୍ଚ କରୁଥିବା ସଂଗ୍ରାମ ରେ ସହଯୋଗ ର ହାତ ବଢ଼େଇଛନ୍ତି ମଞ୍ଚ ର ବରିଷ୍ଠ ଉପଦେଷ୍ଟା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ସମ୍ବଲପୁର ଜେଲ ଛକ ନିକଟରେ ଥିବା ଗୁରୁଶ୍ରୀ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା ରେ ବିଗତ ୨୦୧୩ ରୁ ଅଞ୍ଚଳର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ନିଜସ୍ୱ ପ୍ରୟାସ ରେ ଓ ନିଜସ୍ୱ ପାଣ୍ଠି ରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହାତ କୁ ନିଆଯାଉଛି । ବିଧାୟକ ଶ୍ରୀ ମିଶ୍ର ଡେରା ରେ ଭବନ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି । ମଞ୍ଚ ପକ୍ଷରୁ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ ପାଇଁ କରାଯାଉଥିବା ମହାଯଜ୍ଞ ରେ ଏହା ମୋର ଛୋଟିଆ ଆହୁତି ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ଏହି ଅବସରରେ ମଞ୍ଚ ର ଅନ୍ୟତମ ଉପଦେଷ୍ଟା ତଥା ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ ବରିଷ୍ଠ ବିଜେପି ନେତା ଅନୀଲ ବେହେରା ଉପସ୍ଥିତ ରହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମକୁ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ର ସଦସ୍ୟ ସଦସ୍ୟା ଙ୍କ ସମେତ ସମ୍ବଲପୁରୀ ଲୋକ ନୃତ୍ୟ ପ୍ରଶିକ୍ଷାର୍ଥୀ ଏବଂ କିକ୍ ବକ୍ସିଂ ପ୍ରଶିକ୍ଷାର୍ଥୀ ମାନେ ଉପସ୍ଥିତ ରହିଥିଲେ।

