ସମ୍ବଲପୁର,୦୬/୦୭(ଉତ୍କଳ ସମାଚାର),(ସରୋଜ ସାହୁ):ଧନକଉଡ଼ା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମ୍ବଲପୁର ଏବଂ ଏସ.ପି ସମ୍ବଲପୁର ଙ୍କ ର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା I ମୋଟ ୩୭ ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୩୨ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ,୦୫ ଟି ସମସ୍ୟା ଗୋଷ୍ଠୀ ସମସ୍ୟା ସହିତ ଜଡିତ ଥିଲା ବୋଲି ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି
