ନବରଙ୍ଗପୁର:6//7,(ଉତ୍କଳ ସମାଚାର)ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ସଭାପତି ଶ୍ରୀ କୁଞ୍ଜବିହାରୀ ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବ ରେ ମୁଖ୍ୟଅତିଥି ଭାବେ ମାନ୍ୟବର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ସଭାପତି ତଥା ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପସଭାପତି ଶ୍ରୀ ଲିଙ୍ଗରାଜ ଭତରା,ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ, ରାଜ୍ୟ ଜନଜାତି ମୋର୍ଚ୍ଚା ସମ୍ପାଦକ ଓ ସାଂସଦଙ୍କ ପ୍ରତିନିଧି ଶ୍ରୀ ସୋମନାଥ ପୂଜାରୀ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶ୍ରୀ ରମେଶ ସାହୁ, ଶ୍ରୀ ଗୋବିନ୍ଦ ଜୈନ, ଶ୍ରୀ ଜଗଦୀଶ ବିଶୋଇ, ଜିଲ୍ଲା ଉପସଭାପତି ଓ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ହରିମୋହନ ଶର୍ମା, ଜିଲ୍ଲା ଯୁବମୋର୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ, ପାପଡାହାଣ୍ଡି ମଣ୍ଡଳ ସଭାପତି ମନୋଜ ଅଗ୍ରୱାଲ, ଡଙ୍ଗରା ମଣ୍ଡଳ ସଭାପତି କେ. କ୍ରିଷ୍ଣା ରାଓ, ମୈଦଲପୁର ମଣ୍ଡଳ ସଭାପତି ପୂର୍ଣଚନ୍ଦ୍ର ବିଶୋଇ, କୋଟଗାଁ ମଣ୍ଡଳ ସଭାପତି ମୁରଲୀ ହାଲୱା, ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା, ଦୀନବନ୍ଧୁ ବିଶୋଇ,ବିଭୁତି ନାୟକ, ପ୍ରଶାନ୍ତ ପାଣିଗ୍ରାହୀ, ଜଗନ୍ନାଥ ପୂଜାରୀ ଙ୍କ ସହିତ ହଜାର ହଜାର ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ l ଆଜିର ଏହି ମିଶ୍ରଣ ପର୍ବ ରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ବରିଷ୍ଠ ନେତା ଶ୍ରୀ ନରସିଂହ ଗୌଡ଼, ଶଶୀମୋହନ ଶର୍ମା, ଭାସ୍କର ବିଶୋଇ,ଟିକି ବିଶୋଇ, ହିରନ୍ୟ ଗୌଡ଼, ଉପେନ୍ଦ୍ର ପ୍ରଧାନ,ଜଗନ୍ନାଥ ସାହୁ, ବାସୁ ଦିଶାରୀ ଙ୍କ ସହିତ ସାତଶହ ରୁ ଉର୍ଦ୍ଧ କଂଗ୍ରେସ ଏବଂ ବିଜେଡି ଦଳ ପରିତ୍ୟାଗ କରି ବିଜେପି ଦଳରେ ଯୋଗ ଦେଇଛନ୍ତି l

