ରାଉରକେଲା ୭/୭,(ଉତ୍କଳ ସମାଚାର) ଆଣ୍ଠୁ ଏବଂ ନିତମ୍ବ (Knee & Hip) ଅର୍ଥାତ୍ ଟୋଟାଲ ନିଇ ଏବଂ ଟୋଟାଲ ହିପ୍ ରିପ୍ଲସମେଣ୍ଟ କ୍ଷେତ୍ରରେ, ରାଉରକେଲା ଆପୋଲୋ ହସ୍ପିଟାଲ୍ସ ଦୁଇ ପାଦ ଆଗକୁ ବଢିଛି ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।ଆପୋଲୋ ହସ୍ପିଟାଲ୍ସର ଅର୍ଥୋପେଡିକ୍ ସର୍ଜନ୍ ଡାକ୍ତର ଅଭିନାଶ ଚୌଧୁରୀଙ୍କ ଦ୍ୱାରା ଆଡଭାନ୍ସଡ୍ ଟୋଟାଲ ନିଇ ରିପ୍ଲେସମେଣ୍ଟ ଏବଂ ଟୋଟାଲ ହିପ୍ ରିପ୍ଲେସମେଣ୍ଟ ରାଉରକେଲା ଆପୋଲୋ ହସ୍ପିଟାଲ୍ସରେ ୨୦୨୬ ମାର୍ଚ୍ଚରୁ ୨୦୨୬ ଜୁଲାଇ ୫ ପର୍ଯ୍ୟନ୍ତ ମୋଟ ୧୨ଟି ସର୍ଜରୀ କରାଯାଇଥିଲା ବେଳେ ସେଥିମଧ୍ୟରୁ ଟୋଟାଲ ନିଇ (ଆଣ୍ଠୁ) ୮ଟି ଏବଂ ଟୋଟାଲ ହିପ୍ (ନିତମ୍ବ) ୪ଟି ହୋଇଥିଲା ବେଳେ, ସେଥିରେ ପୂର୍ଣ୍ଣ ସଫଳତା ମିଳିଛି ବୋଲି ସୂଚନା ଦେଇଥିଲେ ଡାକ୍ତର ଅବିନାଶ କୁମାର ଚୌଧୁରୀ। ଏହି କାର୍ଯ୍ୟକ୍ରମ ପଶ୍ଚିମ ଓଡ଼ିଶା ଏବଂ ନିକଟବର୍ତ୍ତୀ ରାଜ୍ୟଗୁଡ଼ିକରେ ବିଶ୍ୱସ୍ତରୀୟ ଅର୍ଥୋପେଡିକ୍ ଯତ୍ନ ଏବଂ ଉନ୍ନତ ଗଣ୍ଠି ପ୍ରତିସ୍ଥାପନ ସେବା ଆଣିବା ପାଇଁ ରାଉରକେଲା ଆପୋଲୋ ହସ୍ପିଟାଲ୍ସ ନିଜର ପ୍ରତିବଦ୍ଧତାକୁ ଉଜ୍ଜ୍ୱଳ କରିବ। ଡକ୍ଟର ଅଭିନାଶ ଚୌଧୁରୀ ଜଟିଳ ପ୍ରକ୍ରିୟା, ରୋଗୀ ଫଳାଫଳ, ସଦ୍ୟତମ ଶଲ୍ୟଚିକିତ୍ସା ଉନ୍ନତି ଏବଂ ଏହି ଅଞ୍ଚଳରେ ଉଚ୍ଚମାନର ଅର୍ଥୋପେଡିକ୍ ଚିକିତ୍ସାର ବର୍ଦ୍ଧିତ ଉପଲବ୍ଧତା ବିଷୟରେ ବର୍ଣ୍ଣନା କରି କହିଥିଲେ ଯେ, ଅନ୍ୟାନ୍ୟ ହସ୍ପିଟାଲରେ ନିଇ ଓ ହିପ୍ ରିପ୍ଲେସମେଣ୍ଟ ପାଇଁ ଧାତବ ପଦାର୍ଥ ବ୍ଯବହାର ହେଉଥିବା ବେଳେ ଆପୋଲୋ ହସ୍ପିଟାଲ୍ସରେ ଟୋଟାଲ ନିଇ ଏବଂ ହିପ୍ ରିପ୍ଲେସମେଣ୍ଟ ପାଇଁ ସେରାମିକ୍ ବ୍ଯବହାର କରାଯାଉଛି। ଏହାର ଖର୍ଚ୍ଚ ୧.୪୫ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେଉଛି। ଗରୀବ ଲୋକଙ୍କ ପାଇଁ ଆୟୁଷ୍ମାନ କାର୍ଡରେ ଏହା ମଧ୍ୟ କରାଯାଇପାରୁଛି। ଟୋଟାଲ ନିଇ ଏବଂ ଟୋଟାଲ ହିପ୍ ରିପ୍ଲେସମେଣ୍ଟରେ ରୋଗୀ ଦୁଇ ଦିନରେ ଚାଲିପାରୁଛି। ରାଉରକେଲା ଆପୋଲୋ ହସ୍ପିଟାଲ୍ସରେ ଯେଉଁ ୧୨ଟି ଟୋଟାଲ ନିଇ ଓ ଟୋଟାଲ ହିପ୍ ରିପ୍ଲେସମେଣ୍ଟ କରାଯାଇଛି, ସେଥିମଧ୍ୟରୁ ଜଣଙ୍କର ବୟସ ୬୫ ବର୍ଷ ଥିଲା ବେଳେ ଆଉ ଜଣଙ୍କର ବୟସ ୭୫ ବର୍ଷ ଥିଲା। ଅସ୍ତ୍ରୋପଚାର ପରେ ସେମାନେ ଆଜି ସୁସ୍ଥ ହୋଇ ଚାଲିପାରୁଛନ୍ତି।

