ରାଉରକେଲା:୭/୭,(ଉତ୍କଳ ସମାଚାର) କାରରେ ଗଞ୍ଜେଇ ଚାଲାଣ କରୁଥିବା ୨ ଜଣକୁ ଗିରଫ କରିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ପୁଲିସ। ପୁଲିସର ସୂଚନା ମୁତାବକ ଏକ କାରରେ ଗଞ୍ଜେଇ ବେଦବ୍ୟାସ ଅଞ୍ଚଳକୁ ଚାଲାଣ କରାଯାଉଥିବା ସୂଚନା ପୁଲିସକୁ ମିଳିଥିଲା। ସୂଚନା ମିଳିବା ପରେ ପୁଲିସ ବେଦବ୍ୟାସ ସମିଲ ଛକ ନିକଟରେ ସେହି କାରକୁ ଧରିବା ପାଇଁ ଜଗି ରହିଥିଲେ। ସନ୍ଧ୍ୟା ବେଳେ ସେହି କାର ସେହି ବାଟ ଦେଇ ଯାଉଥିବା ବେଳେ ପୁଲିସ ତାକୁ ଅଟକାଇ କାରର ତଲାସି ନେବାରୁ ଗଞ୍ଜେଇ ପାଇଥିଲେ I କାର ଭିତରେ ୩ କେଜି ୯୦୦ ଗ୍ରାମର ଗଞ୍ଜେଇ ପାଇବା ପରେ ପୁଲିସ କାର ସହିତ ଗଞ୍ଜେଇ ଜବତ କରି ଚାଲାଣ କରୁଥିବା ଲୁଙ୍ଗେଇ ଡୁଙ୍ଗିରୀଟୋଲା ଗ୍ରାମର ଚନ୍ଦ୍ର ପ୍ରକାଶ ଜୟସ୍ୱାଲ ଓରଫ ସେରୁ(୪୦) ଏବଂ ସମ୍ବଲପୁର ଉଲଣ୍ଡା ଥାନା ଅନ୍ତର୍ଗତ ଗୋଇଲୋମରା ଗ୍ରାମର ସୁର୍ଜନ ଦେହେରୀ ଓରଫ କାକା(୨୨)କୁ ଗିରଫ କରି କୋର୍ଟ ଚାଲାଣ କରିଛି।

