ସମ୍ବଲପୁର,୦୭/୦୭(ଉତ୍କଳ ସମାଚାର),(ସରୋଜ ସାହୁ):ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବାଟଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୭୭ତମ ବନ ମହୋତ୍ସବ ସପ୍ତାହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଅଧ୍ୟକ୍ଷ ରମେଶ କୁମାର ଅଗ୍ରୱାଲାଙ୍କ ସଭାପତିତ୍ବରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଅଶ୍ଵିନୀ କୁମାର ବେହେରା, ଅତିରିକ୍ତ ବନ ସଂଗ୍ରକ୍ଷକ , ନାକଟିଦେଉଳ, ମନରଞ୍ଜନ ପ୍ରଧାନ, ବନ ପାଳ ବାଟଗାଁ ଏବଂ ସୁବାସିନୀ ବେହେରା, ଓଡ଼ିଆ ଅଧ୍ୟାପିକା ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଜୟ କୁମାର ବିଶ୍ବାଳ, ବନ ପାଳ, ନାକଟିଦେଉଳ ବନରକ୍ଷୀ ଭାଗ୍ୟଶ୍ରୀ ବେହେରା ଓ ଅଜିତ କୁମାର ସାହୁ ଉପସ୍ଥିତ ଥିଲେ। ଅଧ୍ୟାପକ ଶରତ କୁମାର ଶତପଥୀ, ପ୍ରଫୁଲ୍ଲ କୁମାର ପ୍ରଧାନ ଏବଂ ଛାତ୍ରୀ ରୁପାଲି ମହାପାତ୍ର, ପ୍ରଜ୍ଞା ପରିମିତା ବେହେରା, ଲିଷ୍ନା ସାହୁ, ଶ୍ମିତାଷ୍ନିଗଧା ରଥ ଓ ଛାତ୍ର ବଳରାମ ଦେହୁରୀ ବନ ମହୋତ୍ସବ ର ଗୁରୁତ୍ଵପାତ କରିଥିଲେ। ଇଂରାଜୀ ଅଧ୍ୟାପକ ପତିତ ମହାନନ୍ଦ ପ୍ରାରମ୍ଭିକ ସୂଚନା ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଖେଳ ଶିକ୍ଷକ ଭବରଞ୍ଜନ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟ କ୍ରମ ଶେଷରେ ଅତିଥି ଗଣ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ୨୦୧ ରୁ ଊର୍ଦ୍ଧ୍ବ ଚାରା ରୋପଣ କରାଯାଇଥିଲା ।

