ରାଜଗାଙ୍ଗପୁର:11//7,(ଉତ୍କଳ ସମାଚାର) ବିଧାନସଭା ଓ ବିରମତ୍ରପୁର ବିଧାନସଭା ମଝିରେ ଥିବା ସଂଖ ନଦୀ ଉପରେ ତିଆରି ହୋଇଥିବା ବ୍ରିଜ ଯାହାକୁ ଲକ୍ଷ୍ମୀ ପୋସ ବ୍ରିଜ୍ ବୋଲି କୁହାଯାଏ। ଏହି ଗୋଟିଏ ପୋଲ ତିନୋଟି ରାଜ୍ୟ କୁ ଯୋଡ଼ୁଥିବା ଏହି ବ୍ରିଜ ଓଡ଼ିଶା, ଝାରଖଣ୍ଡ,ଓ ଛତିଶଗଡ଼ ର ଲୋକ ଙ୍କୁ ଯୋଡ଼ୁଥିବା ବେଳେ ଗମନା ଗମନ ପାଇଁ ଏବଂ ଆଖପାଖ ର ୯ ଗୋଟି ପଞ୍ଚାୟତ ର ଲୋକଙ୍କ ପାଇଁ ଶୁଗମ ବାଟ ଥିବାରୁ ପ୍ରତିଦିନ ନିହାତି କମରେ ୨୫୦ ରୁ ୩୦୦ ଶହ ଭାରି ଯାନ ବାହନ ଯିବାଆସିବା କରୁଥିବା ବେଳେ ହଜାର ହଜାର ସାଇକେଲ, ମୋଟର ସାଇକେଲ, ସ୍କୁଟି, ଆରୋହୀ ଏହି ବ୍ରିଜ୍ କୁ ବ୍ୟବହାର କରିଥାନ୍ତି।କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ଏହି ବ୍ରିଜ୍ ର ଅବସ୍ଥା ଶୋଚନୀୟ ହୋଇପଡିଥିବା ରୁ ଲୋକେ ବାରମ୍ବାର ଦୁର୍ଘଟଣା ର ସମ୍ମୁଖୀନ ହେଉଥିଲେ ଏବଂ ବର୍ଷା ମାସରେ ବ୍ରିଜ ଉପରୁ ଯିବାଆସିବା ବିପଦ ସଙ୍କୁଳ ହୋଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ବ୍ରିଜ୍ ମରାମତି ପାଇଁ ବିଭିନ୍ନ ସମୟରେ ନଦୀ ଦୁଇପଟର ସରପଞ୍ଚ , ବୁଦ୍ଧିଜୀବୀ ଓ ଦୁଇ ବିଧାୟକ ମାନେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀ , ଏବଂ ଜିଲ୍ଲା ପ୍ରଶାସନ କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ଲୋକେ ବିଧାୟକ ଜୋସେଫ ତିର୍କି ସାମ୍ନାରେ ଫେରାଦ ହେବାରୁ ସେ ବ୍ରିଜ ମରାମତି ପାଇଁ ନିଜେ ସିମେଣ୍ଟ,ଗିଟି,ବାଲି,ମେସିନାରୀ ତଥା ଅନ୍ୟାନ୍ୟ ଆନୁସାଙ୍ଗିକ ଦରକାରୀ ଉପାଦାନ ଯୋଗେଇବାରୁ ରାଜଗାଙ୍ଗପୁର ଓ ବିରମିତ୍ରପୁର ଅଞ୍ଚଳର ଶହ ଶହ ଲୋକେ ଶ୍ରମ ଦାନ କରି ପୋଲ ମରାମତି କାର୍ଯ୍ୟ କରି ଚେଇଁ ଶୋଇଥିବା ସରକାର ଙ୍କ ନିଦ୍ରା ଭାଙ୍ଗିବା ପାଇଁ ଅଭିନବ ଉପାୟରେ ପ୍ରୟାସ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ, ଚେଇଁ ଶୋଇଥିବା ଶାସନ ପ୍ରଶାସନ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଚେତା ପଶୁଛି ନାଁ ସେମାନେ ନିଜ ଦାୟିତ୍ୱ ବୋଧ ଭୁଲି ଯାଇଛନ୍ତି।ରାଜଗାଙ୍ଗପୁର ରୁ ସୁବାଷ ବେହେରା
