କେନ୍ଦୁଝର:12//7,(ଉତ୍କଳ ସମାଚାର)ଜୁନ ୨୩ ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା ସାମ୍ବାଦିକ ଙ୍କ ସୁରକ୍ଷା ନିମନ୍ତେ ଦେଇଥିବା ଏକ ରାୟ ପରିପେକ୍ଷୀ ରେ ଏକ ଆଲୋଚନା ଚକ୍ର କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପ୍ରକୋଷ୍ଠ ରେ ଆୟୋଜିତ ହୋଇଯାଇଛି ଏସଜେଏଓ ରାଜ୍ୟ ସଭାପତି କାନ୍ହୁ ଚରଣ ନନ୍ଦ, ଉପସଭାପତି ପ୍ରଦୀପ୍ତ କିଶୋର ଚୌଧୁରୀ, ସାଧାରଣ ସମ୍ପାଦକ ଆଶୁତୋଷ ବେହେରା, ସଂଗଠନ ସମ୍ପାଦକ ବିପ୍ଳବ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ସିଓଏନଟିସି ନମ୍ବର ୧୧୮୯ ଅଫ ୨୦୨୬ ରେ ସିନିଅର ଜର୍ଣ୍ଣାଲିଷ୍ଟ ଆସୋସିଏସନ ଓଡିଶା ଙ୍କ ସପକ୍ଷରେ ରାୟ ଦେଇ ରାଜ୍ୟ ରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ମାନଙ୍କପାଇଁ ପେନସନ ଯୋଜନା ତିନିମାସ ମଧ୍ୟରେ ଲାଗୁ କରିବାକୁ ନିର୍ଦେଶ ଦେବା ସମ୍ପର୍କ ରେ ଆଲୋକପାତ କରିଥିଲେ, ବହୂଦିନରୁ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଗଠନ ଏ ସମ୍ପର୍କ ପ୍ରଚେଷ୍ଟା ଜାରି ରଖି ଥିଲେ ମଧ୍ୟରେ ଏସଜେଏଓ ଯେଉଁ ସଫଳତା ପାଇଛି ତାହା ସମଗ୍ର ସାମ୍ବାଦିକ ଙ୍କ ପାଇଁ ଉତ୍ସର୍ଗ ବୋଲି କହିଥିଲେ, ଜିଲ୍ଲାର ଚମ୍ପୁଆ, ଆନନ୍ଦପୁର, ଯୋଡ଼ା, ବଡ଼ବିଲ, କେନ୍ଦୁଝର ଆଦି ଅଂଚଳ ରୁ ବହୂ ସାମ୍ବାଦିକ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିବା ସହିତ ନିଜ ନିଜ ମତ ବ୍ୟକ୍ତ କରିଥିଲେ, ଆବାହକ ରାଜେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଜୁବୁଲି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ

