ରାଉରକେଲା:14//7,(ଉତ୍କଳ ସମାଚାର) ପ୍ଲାଣ୍ଟସାଇଟ୍ ଥାନା ସଫଳତାର ସହ ୫ଟି ମୋଟରସାଇକେଲ୍ ଚୋରି ମାମଲାରେ ସମ୍ପୃକ୍ତ ରାଉରକେଲା ବନ୍ଧମୁଣ୍ଡା ଥାନା ଅଧୀନସ୍ଥ ବରକାନିର ଅଭିଯୁକ୍ତ ଯୋଗେନ୍ଦ୍ର କଲେଟ୍ ଓରଫ୍ ଜିତୁକୁ ଗିରଫ କରିବା ସହିତ ତାଙ୍କ ଠାରୁ ୬ଟି ମୋଟରସାଇକେଲ୍ ମଧ୍ୟ ଜବତ କରିଛି। ଅଭିଯୁକ୍ତ ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଡି କ୍ଯାବିନ ବରକାନିର ଜୋଗେନ୍ଦ୍ର କଲେଟ୍ ଓରଫ୍ ଜିତୁ (୩୩) ହୋଇଥିଲା ବେଳେ ତାଙ୍କ ଠାରୁ ଗୋଟିଏ ହିରୋ ହୋଣ୍ଡା ପାସନ ପ୍ରୋ ମୋଟରସାଇକେଲ ପଞ୍ଜିକରଣ ନମ୍ବର OR-୧୪ୱାଇ-୪୪୨୨, ଗୋଟିଏ ହୋଣ୍ଡାPS-୧୨୫ ଯାହାର ପଞ୍ଜିକରଣ ନମ୍ବର OD-୧୪ଡବ୍ଲୁ-୨୭୬୪, ଗୋଟିଏ ହିରୋ HF ଡିଲକ୍ସ ମୋଟରସାଇକେଲ ପଞ୍ଜିକରଣ ନମ୍ବର OD-୧୪ଏସ-୫୪୪୫, ଗୋଟିଏ ଆପାଚି RTR ୨୦୦ ମୋଟରସାଇକେଲ ପଞ୍ଜିକରଣ ନମ୍ବର JH-୦୫CN-୮୦୦୨, ଗୋଟିଏ ଆପାଚି ୧୬୦ ମୋଟରସାଇକେଲ ପଞ୍ଜିକରଣ ନମ୍ବର OD-୧୪ଏସି-୫୪୫୨ ଏବଂ ଗୋଟିଏ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ମୋଟରସାଇକେଲ ପଞ୍ଜିକରଣ ନମ୍ବର OR-୧୪ୟୁ-୧୯୭୧ ଜବତ କରାଯାଇଛି ।ଅଭିଯୁକ୍ତଙ୍କ ବିରୁଦ୍ଧରେ ପୂର୍ବରୁ ବନ୍ଧମୁଣ୍ଡା ଏବଂ ପ୍ଲାଣ୍ଟସାଇଟ୍ ଥାନାରେ ୫ଟି ମାମଲା ରହିଛି। ଅଭିଯୁକ୍ତଙ୍କ ବିରୋଧରେ ପ୍ଲାଣ୍ଟସାଇଟ୍ ଥାନାରେ ବିଏନ୍ଏସ୍ ଧାରା ୩୦୩(୨) ଧାରାରେ କେସ୍ ନମ୍ବର ୯୨୯ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

