କେନ୍ଦୁଝର:14//7,(ଉତ୍କଳ ସମାଚାର) ପୂଣ୍ୟମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ମଙ୍ଗଳବାର ସକାଳେ ଟେଲିଫୋନ ଏକ୍ସଚେଞ୍ଜ ଛକସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କେନ୍ଦୁଝରଗଡ ଉପନଗରପାଳ ବରଦା ପ୍ରସନ୍ନ ଦାସ, ଜିଲା ପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ, ଜିଲା ସାମ୍ବାଦିକ ସଂଘ ସଭାପତି ସତ୍ୟନାରାୟଣ ମିଶ୍ର,ରୋଟାରିଆନ ରାଜେନ୍ଦ୍ର କୁମାର ପଲେଇ, ଗୋନାସିକା ମହାବିଦ୍ୟାଳୟର ଚେୟାରମ୍ୟାନ ରାଜଶ୍ରୀ ଖଟୋଇ ,ମିଳନୀ ସାହିତ୍ୟ ସଂସଦ ସଭାପତି ଦେବାଶିଷ ଚକ୍ରବର୍ତ୍ତୀ, ବରିଷ୍ଠ ସଦସ୍ୟ ଗୀତରାଣୀ ଦାଶ,ପ୍ରତାପ କର୍ମକାର,ଗାନ୍ଧିବାଦୀ ଭକ୍ତବତ୍ସଳ ମହାନ୍ତି,ରୋଟାରିଆନ ଇଂ ଦେବବ୍ରତ ସ୍ୱାଇଁ, ଡାକ୍ତର ସଂଜୀବ ଓତା, ଜିଲା ଆଇନଜୀବୀ ସଂଘର ସଭାପତି ଆଲୋକ ମହାନ୍ତ, ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ, ଆଇନଜୀବୀ ଜ୍ଞାନେନ୍ଦ୍ର ଜେନା,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଚାର୍ଯ୍ୟ ବିଦ୍ୟାଧର ମହାନ୍ତ, ଜିଲା ରେଡକ୍ରସ୍ ଯୁଗ୍ମ ସମ୍ପାଦକ ଏ ଆର ଖାନ, ସାହିତ୍ୟିକ କବି ପିନାକୀ ମିଶ୍ର, ବିଜୟ କୁମାର ବେହେରା ଓ କେନ୍ଦୁଝର ଫିଲ୍ମ ଏକାଡେମୀର ଉପ ସଭାପତି ପଦ୍ମ ଲୋଚନ ଦଳେଇ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ପାଦକ କୃଷ୍ଣଚନ୍ଦ୍ର ପରିଡା,ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ସଙ୍ଘର ସହ ସମ୍ପାଦକ ଶରତ ଚନ୍ଦ୍ର ପାତ୍ର, ସାହିତ୍ୟିକ ଭରତ ଚନ୍ଦ୍ର ପାତ୍ର, ସାମ୍ବାଦିକ ବିଜୟ କୁମାର ମିଶ୍ର,ପବିତ୍ର ବେହେରା, ସତ୍ୟଜିତ ସାମନ୍ତରାୟ,କେଏସଇ ଶିକ୍ଷାନୁଷ୍ଠାର ଅଧ୍ୟାପକ ଭାବଗ୍ରାହୀ ମିଶ୍ର, ପଣ୍ଡିତ ମଧୁସୂଦନ ମିଶ୍ର,ବରିଷ୍ଠ ନାଗରିକ ତ୍ରିଲୋଚନ ରଥ,ଉମାକାନ୍ତ ପତ୍ରୀ,ଉମାକାନ୍ତ ବେହେରା, ଦୈତାରୀ ଚନ୍ଦ୍ର କରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଗୋପବନ୍ଧୁଙ୍କ ତ୍ୟାଗ ଓ ସେବା ସମସ୍ତଙ୍କ ପାଇଁ ସର୍ବଦା ପ୍ରାତଃ ସ୍ମରଣୀୟ ବୋଲି ଅତିଥିଗଣ ମତ ମତ ବ୍ୟକ୍ତି କରିଥିଲେ।

