ପାପଡାହାଣ୍ଡି ତା 14.7.26:(ଉତ୍କଳ ସମାଚାର)ରିଖ ଦିନ ପାପଡାହାଣ୍ଡି ବ୍ଲକ ସମିଳନୀ କକ୍ଷ ଠାରେ ଗ୍ରାମପଂଚାୟତ ଉର୍ନୟନ ଯୋଜନା, ଅର୍ଥାତ ଜି ପି ଡି ପି, ବି ପି ଡି ପି, ଡି ପି ଡି ପି, ସ୍ତରୀୟ ସମିଳନୀ ଅନୁଷ୍ଠିତ ହୋଇଯାଇଛି. ପ୍ରଥମେ 7.7.26ତାରିଖ ରେ ଜିଲ୍ଲା ସ୍ତରୀୟ ସମିଳନୀ ସରିଯାଇଛି. ଆଜି ହେଲା 2026-27ଗ୍ରାମପଂଚାୟତ ଉର୍ନୟନ ଯୋଜନା ର ପ୍ରଥମ ସମିଳନୀ ବୈଠକ ଏଥିରେ ପାପଡାହାଣ୍ଡି ବ୍ଲକ ର ପେସା କୋଡିନେଟର ଗିରିଶ ପ୍ରସାଦ ଦଳେଇ ଙ୍କ ତତ୍ଵାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଜି ପି ଡି ଓ କମଳେନ୍ଦୁ ଦାସ, ସି ପି,ଅନୁପ ତ୍ରିପାଠୀ, ପି ଇ ଓ ଦେବାଶିଷ ମାଝୀ,ପି ଇ ଓ ଘନଶ୍ୟାମ ନାୟକ,ଆଇ ଟି ବାପୁଜୀ ନାୟକ ମଞ୍ଚାସିନ ଥିଲେ ଏହି ସମିଳନୀ ରେ ଆଠଟି ପଂଚାୟତ ର ସରପଞ୍ଚ, ୱାର୍ଡ ସଭ୍ୟ ଓ ସମସ୍ତ ଲାଇନ ବିଭାଗ ଉପସ୍ଥିତ ଥିଲେ. ଏହି ସମିଳନୀ 14,17ଓ 18,ଏହି ତିନି ଦିନ ଚାଲିବ ଏଥିରେଗୋଟିଏ ଦିନରେ ଆଠ ଟି ଲେଖାଏଁ ପଂଚାୟତ ଭାଗନେବେ ସମସ୍ତ ଙ୍କ ପାଇଁ ଚା, ଜଳଖିଆ ଓ କଟନ ବେଗ ଖାତା ପେନ ଦିଆଯାଇଛି

