ସମ୍ବଲପୁର,୨୩/୦୭(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ଦିନ ଆନନ୍ଦ ଉଲ୍ଲାସ ମଧ୍ୟରେ ପ୍ରବେଶ ଓ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୁକ୍ତ ଦୁଇ ୨ୟ ବର୍ଷର ଛାତ୍ରଛାତ୍ରୀ ମାନେ ନୁତନ ଭାବେ ପ୍ରବେଶ କରିଥିବା ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ନବନିର୍ମୀତ ଗଣେଶ ମନ୍ଦିର ରେ ପୂଜାର୍ଚ୍ଚନା କରି ସ୍ୱାଗତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନ ଙ୍କ ସଭାପତିତ୍ୱରେ ଆୟୋଜିତ ସ୍ୱାଗତ ସମାରୋହ ରେ ଅଧ୍ୟାପକ ଡ଼ଃ ରାଜେନ୍ଦ୍ର କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସଞ୍ଜିବ କୁମାର ଦାଶ ଅତିଥି ପରିଚୟ ପ୍ରଦାନ ସହ ପ୍ରବେଶ ଉତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ । ଏହି ସମାବେଶ ରେ ମୁଖ୍ୟ ଅତିଥି ଭାବେ ଅବସରପାପ୍ତ ପ୍ରାଧ୍ୟାପକ ଡ଼ଃ ଦୀପେନ କୁମାର ପଟ୍ଟନାୟକ ନାକଟିଦେଉଳ ମହାବିଦ୍ୟାଳୟର ଇତିହାସ, ଅନୁଷ୍ଠାନ ରେ ତାଙ୍କର ଅନୁଭୁତି, ଛାତ୍ରଛାତ୍ରୀ ଙ୍କ ଶପଥ, କର୍ତ୍ତବ୍ୟ ଓ ସଂକଳ୍ପ ବିଷୟରେ ଆଲୋକପାତ କରିଥିଲେ । ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ସରୋଜ କୁମାର ହୁଏ, ଅଧ୍ୟାପିକା ବିନୀତା ମୁର୍ମୁ, ଅଧ୍ୟାପିକା ପଲ୍ଲୀଶ୍ରୀ ଶେଠ, ଶିବାନୀ ବେହେରା, କ୍ରୀଡ଼ା ଶିକ୍ଷକ ଜିତ୍ରେନ୍ଦ୍ରିୟ ପ୍ରଧାନ, ବିଜ୍ଞାନାଗାର ପ୍ରଦର୍ଶକ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ତଥା ଉପଦେଶ ଦେଇଥିଲେ । ଅଧ୍ୟାପକ ଉମାକାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।


