ସମ୍ବଲପୁର,୨୩/୦୭(ଉତ୍କଳ ସମାଚାର),(ସରୋଜ ସାହୁ):ସ୍ୱାଧୀନତା ସଂଗ୍ରାମୀ ଦୟାନନ୍ଦ ଶତପଥୀଙ୍କ ମଝିଆଁ ଝିଅ ତଥା ପ୍ରଖ୍ୟାତ ସମାଜସେବୀ ଓ ସାମ୍ବାଦିକ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦଙ୍କ ସହ ଧର୍ମିଣୀ ସୌଦାମିନୀ ନନ୍ଦଙ୍କ ଗୁରୁବାର ପରଲୋକ ହୋଇଯାଇଛି। ରାଜଧାନୀ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୬ଟା ୨୩ ମିନିଟ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ପୁଅ ସାମ୍ବାଦିକ ଶିବ ନନ୍ଦ, ବାବୁଲି ଏବଂ ଝିଅ ଲିଲିଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ସୌଦାମିନୀ ନନ୍ଦଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସାମ୍ବାଦିକ, ସମାଜସେବୀ ଏବଂ ଗଣମାନ୍ୟ ବ୍ୟକ୍ତିବିଶେଷ ତାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି

