ବୀରମିତ୍ରପୁର ୨୭/୭,(ଉତ୍କଳ ସମାଚାର) ଆଜି ବୀରମିତ୍ରପୁର ବିଜେଡ଼ି କାର୍ଯ୍ୟାଳୟ ଠାରେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ ସମେତ ବିଜେଡିର ସମସ୍ତ କର୍ମୀ ଓ ନେତୃବୃନ୍ଦ, ବିଜେଡି ଦଳ ପାଇଁ ସୁଶାନ୍ତ ସିଂଙ୍କ ଅବଦାନ, ଲୋକଙ୍କ ପାଇଁ ତାଙ୍କର ସେବା ଏବଂ ସଂଗଠନ ପ୍ରତି ତାଙ୍କର ସମର୍ପଣ ସଦା ସ୍ମରଣୀୟ ରହିବ ବୋଲି କହିଥିଲେ। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ ସମେତ ବିଧାୟକଙ୍କ ପ୍ରତିନିଧି ପ୍ରାର୍ଥନିଧି ଶଶି ସାଗର, ବିଜେଡ଼ି ନଗର ସଭାପତି କୁନା ଦେଓ , ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ, ରୋହିତ ଦିପ ଯୁବ ନେତା ପ୍ରମୋଦ ବୁଡ଼ା ଏବଂ ଅନନ୍ୟା ଵିଜୁ ଜନତା ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ।

