ରାଉରକେଲା:୩୦.୭.୨୦୨୬:(ଉତ୍କଳ ସମାଚାର) ତାରିଖରେ “ନବଯୁବକ କାୱଡ଼ିଆ ସଂଘ” ରାଉରକେଲାର ୬୦ ଜଣ କାୱଡ଼ିଆଙ୍କ ଏକ ଦଳ/ମଣ୍ଡଳୀ ବାବା ଧାମ ଯିବା ପାଇଁ ରାଉରକେଲା ଷ୍ଟେସନରୁ ଜୟନଗର ଏକ୍ସପ୍ରେସ ଯୋଗେ ଜସିଡିହ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ମଣ୍ଡଳୀ ଶ୍ରୀ ସୁମତି ଜୈନ, ସାୱରମଲ ଅଗ୍ରୱାଲ ଏବଂ ଚନ୍ଦନ ଲାଳ ଅଗ୍ରୱାଲଙ୍କ ନେତୃତ୍ୱରେ ନିଜର ଯାତ୍ରା ଆରମ୍ଭ କରୁଛନ୍ତି। ଏହାବ୍ୟତୀତ ଉମାଶଙ୍କର ସିଂଘଲ, ମହେଶ ଅଗ୍ରୱାଲ, ଆନନ୍ଦ ଶ୍ୟାମପୁରିଆ, ଅଜୟ ଅଗ୍ରୱାଲ, ପବନ ମିତ୍ତଲ, ପ୍ରଦୀପ ଶର୍ମା, ବଜରଙ୍ଗ ଗୋଏଲ, ମୁରାରୀ ଲାଲ ଚୋମାଲ, ମୋହିତ ଗୋଏଲ (ହରିୟାଣାରୁ), ରୂପେଶ ଅଗ୍ରୱାଲ, ଲକ୍ଷ୍ମଣ ଅଗ୍ରୱାଲ, କମଳ ଅଗ୍ରୱାଲ (ହାତିବାରୀରୁ), ଛୋଟୁ ଜେ.ବି. ମିକ୍ସର, ଅର୍ଜୁନ ସିଂହ, ସତ୍ୟନାରାୟଣ ଚନ୍ଦେଲ, ପ୍ରତୀକ ବେହେରା, ହନୁମାନ ପ୍ରସାଦ ଅଗ୍ରୱାଲ, ସଞ୍ଜୀବ ବାରିକ ମଧ୍ୟ ସାମିଲ ଅଛନ୍ତି। ମହିଳାମାନଙ୍କ ମଧ୍ୟରେ ଅନିତା ଅଗ୍ରୱାଲ, କାମିନୀ ଶର୍ମା, ବରଖା ଅଗ୍ରୱାଲ, ମଞ୍ଜୁ ଅଗ୍ରୱାଲ, ଶଶି ଚୋମାଲ ଏବଂ ବିଳାସପୁର, ବରଗଡ଼, ବଡ଼ବିଲ, ରାଜଗାଙ୍ଗପୁର ଓ ହରିୟାଣାର କାୱଡ଼ିଆମାନେ ମଧ୍ୟ ସାମିଲ ଅଛନ୍ତି।ଏହି ମଣ୍ଡଳୀ ଗତ ୫୭ ବର୍ଷ ହେବ ଶ୍ରାବଣ ମାସରେ କାୱଡ଼ିଆ ଯାତ୍ରା କରିଆସୁଛନ୍ତି। ଏହି ସମସ୍ତେ ଜସିଡିହ ଯିବେ ଏବଂ ସେଠାରୁ ସକାଳ ୩:୦୦ ଟାରେ ୩୧.୭.୨୦୨୬ (ଶୁକ୍ରବାର) ଦିନ ସୁଲତାନଗଞ୍ଜ ଯିବେ। ସେଠାରୁ ଗଙ୍ଗାଜଳ ସଂଗ୍ରହ କରି ୧୦୫ କିଲୋମିଟର ପାଦରେ ଚାଲି ଚାଲି ଯାତ୍ରା କରି ବୁଧବାର ଅର୍ଥାତ୍ ଅଗଷ୍ଟ ୫ ତାରିଖ ଦିନ ବାବା ବୈଦ୍ୟନାଥଙ୍କୁ ଜଳ ଅର୍ପଣ କରିବେ। ଏହାସହିତ ସେହିଦିନ ବାବା ବାସୁକୀନାଥଙ୍କୁ ମଧ୍ୟ ଜଳ ଅର୍ପଣ କରି ଅଗଷ୍ଟ ୬ ତାରିଖ ଗୁରୁବାର ଦିନ ମୌର୍ଯ୍ୟ ଏକ୍ସପ୍ରେସ ଯୋଗେ ଫେରି ରାଉରକେଲା ପହଞ୍ଚିବେ।କାୱଡ଼ିଆମାନଙ୍କୁ ବିଦାୟ ଦେବା ପାଇଁ ବହୁ ପରିବାରବର୍ଗ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲେ ଏବଂ “ଜୟ ଭୋଲେ”, “ବୋଲ ବମ ଜୟ ଶିବ ଶଙ୍କର”ର ମହାସ୍ୱରରେ ସମଗ୍ର ରାଉରକେଲା ଷ୍ଟେସନ ପରିସର ଶିବମୟ ହୋଇଉଠିଥିଲା।

