ରାଜଗାଙ୍ଗପୁର:31//7,(ଉତ୍କଳ ସମାଚାର)ସୁନ୍ଦରଗଡ଼ ଜିଲ୍ଲା,ରାଜଗାଙ୍ଗପୁର,ନିର୍ବାଚନ ମଣ୍ଡଳୀ ଜିଲ୍ଲା ଶିକ୍ଷାବିଭାଗର ଦ୍ବିମୁହାଁ ନୀତିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ଙ୍କ ନିୟମ ବିଦ୍ୟାଳୟ ପରିସରରେ କୌଣସି ବେସରକାରୀ ଉତ୍ସବ କରିବାକୁ ସମ୍ପୂର୍ଣ୍ଣ ନିଷେଧ କରିଥିବାବେଳେ ଜିଲ୍ଲା ପ୍ରଶାସନ ଗୋଟିଏ ସମ୍ପ୍ରଦାୟକୁ ଅନୁମତି ଦେଇଥିବା ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡ଼ିଛି ଯେ ରଥଯାତ୍ରା ସମୟରେ ରାଜଗାଙ୍ଗପୁର ଗୁଣ୍ଡିଚା କମିଟି ମାଉସୀ ମା’ ମନ୍ଦିର ନିକଟସ୍ତ ବିଦ୍ୟାଳୟର ଖାଲିଜାଗାକୁ ବ୍ୟବହାର ପାଇଁ ଅନୁମତି ମାଗିଥିଲେ । କିନ୍ତୁ ସରକାରୀ ନିୟମ ଦେଖାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ତାକୁ ମନା କରିଦେଇଥିଲେ । ଏହାକୁ ଅଭିଭାବକମାନେ ଉଚିତ୍ ପଦକ୍ଷେପ ବୋଲି କହିଥିଲେ | କିନ୍ତୁ ସୁନ୍ଦରଗଡ଼ ଉପ-ଜିଲ୍ଲାପାଳ ଆଦେଶ ସଂଖ୍ୟା ୬୭୩୬, ତା. ୨୯.୦୭.୨୦୨୬ ଅନୁଯାୟୀ ଗୋପବନ୍ଧୁ ସ୍କୁଲର ଖେଳ ପଡିଆ ଟିକୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ମେଳା ପାଇଁ ୩୦ ଓ ୩୧ ତାରିଖ ଦୁଇଦିନ ଅନୁମତି ଦେଇଛନ୍ତି| ସନ୍ଧ୍ୟା ୫ରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରସାଦ ବଣ୍ଟନ କିନ୍ତୁ ସକାଳ ୧୦ରୁ ରାତି ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ବିକ୍ରି କରାଯାଇଛି ଦୋକାନ ବଜାର ପାଇଁ ମଧ୍ୟ ଅନୁମତି ମିଳିଛି କି । ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ଏ ନେଇ ଅବଗତ କରାଯାଇଛି କି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ମୁରଲୀଧର ବେହେରା କହିଛନ୍ତି, ୨-୩ ଦିନ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇପାରିବେ ଅଧିକ ଦିନ ହେଲେ ରାଜ୍ୟ ଶିକ୍ଷା ବିଭାଗର ଅନୁମତି ଲାଗିବ। ଜିଲ୍ଲା ପ୍ରଶାସନର ଏହି ଦୋମୁହାଁ ନୀତିକୁ ନେଇ ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି

