ସମ୍ବଲପୁର,1//8,(ଉତ୍କଳ ସମାଚାର),(ସରୋଜ ସାହୁ):ସ୍ୱାଧୀନତା ସଂଗ୍ରାମୀ ଦୟାନନ୍ଦ ଶତପଥୀଙ୍କ ମଝିଆଁ ଝିଅ ତଥା ପ୍ରଖ୍ୟାତ ସମାଜସେବୀ ଓ ସାମ୍ବାଦିକ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦଙ୍କ ସହ ଧର୍ମିଣୀ ତଥା ବରିଷ୍ଠ ସାମ୍ବାଦିକ ଶିବ ନନ୍ଦଙ୍କ ସ୍ନେୟମୟୀ ମାତା ସୌଦାମିନୀ ନନ୍ଦଙ୍କ ପରଲୋକ ହୋଇଥିବା ବେଳେ ଗୁରୁବାର ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ବିରୋଧୀ ଦଳ ଉପ ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଭେଟି ସମବେଦନା ଜ୍ଞାପନ କରିଛନ୍ତି I ଏହିଅବସରରେ ଶ୍ରୀ ଆଚାର୍ଯ୍ୟ ଙ୍କ ସହିତ ବିଜୁ ଯୁବ ଜନତା ଦଳ ର ରାଜ୍ୟ ଉପ ସଭାପତି ହୀରାଲାଲ ବେହେରା ପ୍ରମୁଖ ତାଙ୍କ ବୁଢାରଜା ସ୍ଥିତ ବାସଭବନରେ ପହଞ୍ଚି ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି I ସାମ୍ବାଦିକ ଶିବ ନନ୍ଦ, ବାବୁଲି ଏବଂ ଝିଅ ଲିଲିଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ
