ସମ୍ବଲପୁର:1//8,(ଉତ୍କଳ ସମାଚାର),(ସରୋଜ ସାହୁ):ବିଜୁ ଜନତା ଦଳ(ବିଜେଡି) ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଯୁଯୋମୁରା ବ୍ଲକସ୍ତରୀୟ ଏସ୍ଆଇଆର ବୁଥ ଏଜେଣ୍ଟ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଛି I ସମ୍ବଲପୁର ପାନ୍ଥ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ବିରୋଧୀ ଦଳ ଉପ ନେତା ତଥା ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏସ୍ଆଇଆର କୁ ଶତ ପ୍ରତିଶତ ସଫଳ କରିବାକୁ ଦଳୀୟ ବୁଥ ଏଜେଣ୍ଟ ମାନଙ୍କୁ ଅନୁରୋଧ କରିଥିଲେ I ମୁଖ୍ୟଅତିଥି ଶ୍ରୀ ଆଚାର୍ଯ୍ୟ ନୂତନ ଭୋଟରଙ୍କ ନାମ ସାମିଲ କରିବା I ମୃତ ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ କାଟିବା I ତ୍ରୁଟିହୀନ ଭୋଟର ତାଲିକା ପ୍ରସ୍ତୁତ କରିବାରେ ସହଯୋଗ କରିବା ଉପରେ ଏଜେଣ୍ଟ ବା ବିଏଲଏ ମାନଙ୍କୁ ପରାମର୍ଶ ଦେଇଥିଲେ I ଏହି ଶିବିରରେ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ ସଭାପତି ଶ୍ରୀ ହୀରାଲାଲ ବେହେରା, ରାଜ୍ୟ ସମ୍ପାଦକ ଶ୍ରୀ ମନୋଜ ମହାପାତ୍ର, ବିଜେଡି ବ୍ଲକ ସଭାପତି ଶ୍ରୀ ବିନୋଦ ବଡ଼ପଣ୍ଡା ଯୋଗଦାନ କରି ଉଦବୋଧନ ଦେଇଥିଲେ I ବୈଠକରେ ବ୍ଲକର ୧୮ ଟି ପଞ୍ଚାୟତ ର ସମୁଦାୟ ବୁଥ ସଂଖ୍ୟା ୮୯ ହୋଇଥିବା ବେଳେ ସମସ୍ତ ଦଳୀୟ ବୁଥ ଏଜେଣ୍ଟ ଯୋଗଦାନ କରିଥିଲେ I ବୈଠକ ଆରମ୍ଭ ପୂର୍ବରୁ ପୂର୍ବତନ ମନ୍ତୀ ତଥା ଭଟଲି ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ସ୍ୱର୍ଗତ ସୁଶାନ୍ତ ସିଂ ଙ୍କ ବିୟୋଗ ରେ ଅମର ଆତ୍ମା ର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା

