ସମ୍ବଲପୁର,1//8,(ଉତ୍କଳ ସମାଚାର),(ସରୋଜ ସାହୁ): କୁଚିଣ୍ଡା ବ୍ଲକ ଅନ୍ତର୍ଗତ ରାଉତବାବହାଲ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ସୁନା ଫୁଲ ଛଞ୍ଚାଣ ସଭାପତିତ୍ୱ କରିଥିବା ବେଳେ କୁଚିଣ୍ଡା ସମ୍ବାଦ ସାହିତ୍ୟ ଘର ସଭାପତି ପରିବେଶ ବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ସାହିତ୍ୟ ଘର ସଭ୍ୟ ରବୀନ୍ଦ୍ର କୁମାର ଦାସ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବୃକ୍ଷ ରୋପଣ ର ଆବଶ୍ୟକତା ଓ ପ୍ରଣାଳୀ ସମ୍ପର୍କରେ ଆଲୋଚନା କରିଥିଲେ ।ଛାତ୍ର,ଛାତ୍ରୀ ମାନଙ୍କ ସହ ପ୍ରଦୀପ୍ତ କୁମାର ପଟେଲ, ଅନନ୍ତ କିଷାନ୍, ତୁଳସୀ ମଞ୍ଜରୀ ବହିଦାର ପ୍ରମୁଖ ମିଶି ପ୍ରାୟ ଦେଢ଼ ଶହ ଚାରା ରୋପଣ କରିଥିଲେ ।ଶେଷରେ ସହକାରୀ ଶିକ୍ଷକ ଅନନ୍ତ କିଷାନ୍ ଧନ୍ୟବାଦ ଅର୍ପଣ କରିଥିଲେ ।

