ସୁନ୍ଦରଗଡ ୪/୮,(ଉତ୍କଳ ସମାଚାର) ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପକ୍ଷରୁ ପ୍ରାଧୀକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୈାରାଜଜଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ ବି.ଏସ୍. ହାଇସ୍କୁଲ ଠାରେ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା ଶିବିରରେ ବିଶାଖା ଏବଂ ଅନ୍ୟାନ୍ୟ ବନାମ ରାଜସ୍ଥାନ ଏବଂ ଅନ୍ୟାନ୍ୟ ରାଜ୍ୟ ବିଷୟରେ (ଓଡିଆ ଅନୁବାଦିତ ସଂସ୍କରଣ), ନାଲସାର ଆଶା, ଜାଗୃତି ଓ ଏକ ନିଶାମୁକ୍ତ ଭାରତ ପାଇଁ ଡ୍ରଗ୍ସ ସଚେତନତା ଯୋଜନା, ଯୌତୁକ ନିଷେଧ ଆଇନ, ଘରୋଇ ହିଂସା ଆଇନ୍ ଉପରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଆଇନ ସଚେତନତା ଶିବିରରେ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସଚିବ ଡକ୍ଟର ରୀନତି ମିଶ୍ର, ନ୍ୟାୟରକ୍ଷକ ସରୀତା ପଟେଲ, ଅଲିଭା ମହାପାତ୍ର, ସୁନ୍ଦରଗଡ ଟାଉନ୍ ପୋଲିସ ଷ୍ଟେସନ ଏସ୍ଆଇ ଅଝାମଣୀ ଟୁଡୁ, ଅଧିକାର ମିତ୍ର ଜୟଦେବ ଗର୍ଡିଆ, ପ୍ରଧାନ ଶିକ୍ଷୟିତ୍ରୀ ଅନୀତା ଦାସ ଏବଂ ବି.ଏସ୍. ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ତଥା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ସଚିବ ଡକ୍ଟର ରୀନତି ମିଶ୍ର ସଚେତନତା ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ସମସ୍ତଙ୍କୁ ଅବଗତ କରାଇଥିଲେ।ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନାଲସାର ଟୋଲଫ୍ରି ନମ୍ବର ୧୫୧୦୦ ତଥା ଆଇନସେବା ପ୍ରାଧିକରଣର କାର୍ଯ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା। ଶେଷରେ ନାଲସାର ଥିମ୍ ସଙ୍ଗୀତ ପରିବେଷଣ କରାଯାଇ କାର୍ଯ୍ୟକ୍ରମକୁ ସମ୍ପନ୍ନ କରାଯାଇଥିଲା।

